Tuesday, May 5, 2026
23.4 C
Odisha

    ବିଜେପିରେ ଯୋଗ ଦେଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି

    ଆଗକୁ ପଢନ୍ତୁ

    ବଡ଼ମ୍ବା/ଭୁବନେଶ୍ବର: ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏଥିଲାଗି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ରଘୁପତି ମହାନ୍ତିଙ୍କର କେତେକ ସମର୍ଥକ ବି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ଉପସ୍ଥିତ ରହି ବିଜେଡି ଛାଡ଼ିଥିବା ନେତାମାନଙ୍କୁ ଦଳରେ ସାମିଲ କରିଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ସେ ଦର୍ଶାଇଥିଲେ ଯେ ଲୋକଙ୍କ ହିତ ଦୃଷ୍ଟରୁ ଦଳ ଛାଡ଼ିଛନ୍ତି।
    ରଘୁପତି ମହାନ୍ତି ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ତାଙ୍କ ସହ ଅନେକ ସମର୍ଥକ ଓ ବଡ଼ମ୍ବା ପଞ୍ଚାୟତ ସମିତି ସଭ୍ୟ ବି ପଦ୍ମ ଧରିବେ ବୋଲି ଜଣାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    77 %
    3.1kmh
    100 %
    Tue
    23 °
    Wed
    37 °
    Thu
    39 °
    Fri
    39 °
    Sat
    40 °

    ସମ୍ବନ୍ଧିତ