Saturday, February 15, 2025
16.3 C
Odisha

    ବିଜେପିରେ ଯୋଗ ଦେଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି

    ଆଗକୁ ପଢନ୍ତୁ

    ବଡ଼ମ୍ବା/ଭୁବନେଶ୍ବର: ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏଥିଲାଗି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ରଘୁପତି ମହାନ୍ତିଙ୍କର କେତେକ ସମର୍ଥକ ବି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ଉପସ୍ଥିତ ରହି ବିଜେଡି ଛାଡ଼ିଥିବା ନେତାମାନଙ୍କୁ ଦଳରେ ସାମିଲ କରିଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ସେ ଦର୍ଶାଇଥିଲେ ଯେ ଲୋକଙ୍କ ହିତ ଦୃଷ୍ଟରୁ ଦଳ ଛାଡ଼ିଛନ୍ତି।
    ରଘୁପତି ମହାନ୍ତି ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ତାଙ୍କ ସହ ଅନେକ ସମର୍ଥକ ଓ ବଡ଼ମ୍ବା ପଞ୍ଚାୟତ ସମିତି ସଭ୍ୟ ବି ପଦ୍ମ ଧରିବେ ବୋଲି ଜଣାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    16 %
    1.4kmh
    5 %
    Sat
    33 °
    Sun
    35 °
    Mon
    36 °
    Tue
    37 °
    Wed
    36 °

    ସମ୍ବନ୍ଧିତ