Sunday, November 1, 2026
27.8 C
Odisha

    ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୦

    ଆଗକୁ ପଢନ୍ତୁ

    ଜାପାନ : ଜାପାନରେ ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଥିବା ଜଣାପଡିଛି । ଭୂକମ୍ପ ପ୍ରାୟ ସକାଳ ୩ଟା ୪୫ ମିନିଟ ସମୟରେ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଶିମାରୁ ୫୮ କିଲୋମିଟର ଗଭୀରତା ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅନୁଭୂତ ହୋଇଥିବା ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।

    ସୂଚନାଯୋଗ୍ୟ, ଅକ୍ଟୋବର ୨୫ ତାରିଖରେ ଜାପାନ ଭୂକମ୍ପ ହୋଇଥିଲା । ଯାହା ରିକ୍ଟର ସ୍କେଲରେ ୬.୩ ତୀବ୍ରତାର ଥିଲା । ବୋନିନ୍ ଦ୍ୱୀପପୁଞ୍ଜ ଜାପାନର ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅବସ୍ଥିତ ।  ଲଗାତାର ଭୂକମ୍ପ ଘଟଣାକୁ ନେଇ ଜାପାନରେ ସତର୍କତା ଓ ଚିନ୍ତା ବଢ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.8 ° C
    27.8 °
    27.8 °
    73 %
    1.2kmh
    20 %
    Sun
    28 °
    Mon
    25 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ