Saturday, April 4, 2026
29 C
Odisha

    ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଉଦଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୭/୦୨: ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ଉପରୁ ଆସ୍ଥା ହରାଇ ଆଜି ଉଦଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀମତୀ ବିଶ୍ୱାଳଙ୍କ ସମେତ ପଂଚାୟତ ସମିତି ସଦସ୍ୟା ମାଳତି ଟୁଡୁ, ପୂର୍ବତନ ଜିଲ୍ଲା ପରିଷଦ ଉଦଳା ଲକ୍ଷ୍ମୀଧର ମୁର୍ମୁ, ଶତ୍ରୁଘ୍ନ ବିଶ୍ୱାଳ, ଡମ୍ବୁରୁଧର ବିଶ୍ୱାଳ, ରୋହିଦାଶ ଟୁଡୁ, ଯୋଗେନ୍ଦ୍ର ଖଡିକା, ଶ୍ରୀଧର ଖଉଡେଇ, ଗୋପିନାଥ ପ୍ରଧାନ, ଶ୍ରୀକାନ୍ଥ ନାଏକ, ରାମ ଚରନ ପାନିଆଲ୍‌, ହରିଶ୍ ଚନ୍ଦ୍ର ନାଏକ, ସୁଶାନ୍ତ କୁମାର ବରଶାଲିଆ, ପ୍ରଶନ୍ନ ପାନିଆଲିଆ, ଗୋବିନ୍ଦ ରଣସିଆ, ହରେକୃଷ୍ଣ ବିଶ୍ୱାଳ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ଉଦଳା ବିଧାୟକ ଶ୍ରୀ ଭାଷ୍କର ମଢେଇ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ପ୍ରବକ୍ତା ବ୍ରଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ