Thursday, March 19, 2026
20.8 C
Odisha

    ବିଜେପିରେ ମିଶିଲେ ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ‌ଡକ୍ଟର ତପନ ଚାନ୍ଦ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସହ ଛାତ୍ରଜୀବନରେ ଜଡ଼ିତ ଥିଲେ।ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛ‌ାତ୍ରସଂସଦର ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।
    ୮୦ ଦଶକରେ ଡ. ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସ୍ଏସ୍ ଏବଂ ବିଜେପି ସହିତ ଜଡିତ ଥିଲେ। ଏବିଭିପି ସମର୍ଥନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛ‌ାତ୍ରସଂସଦର ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ୩ ଦଶନ୍ଧିରୁ ଅଧ‌ିକ ସମୟ ଧରି ସେ ଇସ୍ପାତ କାରଖାନା, କୋଲଇଣ୍ଡିଆ ଏବଂ ନାଲ୍‌କୋ ଭଳି ବୃହତ ଶିଳ୍ପ ସଂସ୍ଥାରେ ଡାଇରେକ୍ଟର ଏବଂ ଚେୟାରମ୍ୟାନ୍ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ସଂହତି, ସ୍ୱଚ୍ଛତା ଏବଂ ଉତ୍ସର୍ଗ ମନୋଭାବ ନେଇ ଡ. ଚାନ୍ଦ ସେଣ୍ଟ୍ରାଲ କୋଲ୍, ବିଶାଖାପାଟଣା ଇସ୍ପାତ କାରଖାନା ଏବଂ ନାଲ୍‌କୋରେ ନିଜ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ସମସ୍ତଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଡ. ଚାନ୍ଦ ନାଲ୍‌କୋକୁ ଏକକ କମ୍ପାନୀରୁ ବହୁମୁଖୀ କମ୍ପାନୀରେ ପରିବର୍ତ୍ତନ କରିଥିଲେ । କଷ୍ଟିକ୍ ସୋଢ଼ା ପ୍ଲାଣ୍ଟ୍ ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କେଏବିଆଇଏଲ୍)ର ସଫଳ ପ୍ରତିଷ୍ଠା ତାଙ୍କର ଅନ୍ୟତମ ଅବଦାନ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ସେ କାର୍ଯ୍ୟକାରୀ କରିଛନ୍ତି । ଡ. ଚାନ୍ଦ ନାଲ୍‌କୋକୁ ବିଶ୍ୱସ୍ତରୀୟ କରିବା ସହ ବକ୍ସାଇଟ୍ ଓ ଆଲୁମିନା ଉତ୍ପାଦନ ଖର୍ଚ୍ଚ କ୍ଷେତ୍ରରେ ଏକ ନମ୍ବର କମ୍ପାନିରେ ପରିଣତ କରିଥିଲେ । କୋଇଲା ଇସ୍ପାତ ଏବଂ ଆଲୁମିନା କ୍ଷେତ୍ରରେ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଡ. ଚାନ୍ଦ ଖୁବ୍ ଲୋକପ୍ରିୟ । ତାଙ୍କର ଅଧ୍ୟକ୍ଷ କାର୍ଯ୍ୟକାଳ ମଧ୍ୟରେ ନାଲ୍‌କୋ ପକ୍ଷରୁ ଓଡ଼ିଶାର ସାଂସ୍କୃତିକ ବୈଭବର ବିକାଶ ଏବଂ ବ୍ୟାପକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ଏବେସୁଦ୍ଧା ତାଙ୍କୁ ମନେ ରଖୁଛନ୍ତି । ପ୍ରଥମ ଥର ପାଇଁ ସେ ବରିଷ୍ଠ ନାଗରିକ, ଅସୁସ୍ଥ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଜଗନ୍ନାଥ ମନ୍ଦିରକୁ ନେବା ପାଇଁ ବ୍ୟାଟେରି ଚାଳିତ ଗାଡି ପ୍ରଚଳନ କରିଥିଲେ । ସେହିପରି ସ୍ୱଚ୍ଛଭାରତ ଅଭିଯାନ ପାଇଁ ସେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଡ. ଚାନ୍ଦ ପଶ୍ଚିମ ୟୁରୋପ୍ ଏବଂ କୁଇନ୍ସ ଲ୍ୟାଣ୍ଡ ୟୁନିଭରସିଟି ଅଫ୍ ଟେକ୍‌ନୋଲୋଜି, ବ୍ରିସ୍‌ବେନ୍, ଅଷ୍ଟ୍ରେଲିଆରେ ଆଡଭାନ୍ସଡ ମ୍ୟାନେଜମେଣ୍ଟ ଟ୍ରେନିଂ ନେଇଥିଲେ । ଆଲୁମିନିୟମ : ଦି ଷ୍ଟ୍ରାଟେଜିକ୍ ମେଟାଲ ଆଣ୍ଡ ଆଲୁମିନିୟମ : ଦି ଫ୍ୟୁଚର ମେଟାଲ ନାମକ ଦୁଇଟି ପୁସ୍ତକ ସେ ରଚନା କରିଛନ୍ତି । ଏହି ପୁସ୍ତକରେ ସେ ଓଡ଼ିଶାକୁ ଭାରତର ଆଲୁମିନିୟମ ରାଜଧାନୀ ଏବଂ ଦକ୍ଷିଣପୂର୍ବ ଏସିଆ ଏବଂ ଦକ୍ଷିଣ ଏସିଆର ହବ୍ ଭାବେ ଅବିହିତ କରିଛନ୍ତି । ଡ. ଚାନ୍ଦ କ୍ରମାଗତ ଦୁଇ ଥର ପାଇଁ ଓଡ଼ିଶା ରାଜ୍ୟ ସିଆଇଆଇ ଏବଂ ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ । ବର୍ତମାନ ସେ ବେଦାନ୍ତ ଭଳି ତୁଙ୍ଗ ବହୁରାଷ୍ଟ୍ରୀୟ କମ୍ପାନୀର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି । ସେ ଆଇଆଇଏମ୍ ପରଫରମାନ୍ସ ଇଭାଲୁଏସନ୍ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି । ବୋର୍ଡ ଅଫ୍ ଆଡଭାଇଜର୍ସ ଅଫ୍ ଏଆଇସି (ଅଟଳ ଇନ୍‌କ୍ୟୁବେସନ ସେଣ୍ଟର) –ଏନ୍‌ଆଇଟିଏଫ୍ ର ଅଧ୍ୟକ୍ଷ ଭାବେ ଡ. ଚାନ୍ଦ ଯୁବକମାନଙ୍କୁ କର୍ମଚାରୀ ହେବା ପରିବର୍ରେ ଷ୍ଟାର୍ଟଅପ୍ ଏବଂ ବ୍ୟବସାୟ ପ୍ରତିଷ୍ଠା କରି ନିଯୁକ୍ତି ଦାତା ହେବା ପାଇଁ ଉତ୍ସାହିତ କରିଆସୁଛନ୍ତି ।
    ଜଣେ ଶିଳ୍ପ ଉଦ୍ୟୋଗୀ ଭାବରେ ସରକାରୀ ଓ ଘରୋଇ ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ବ୍ୟକ୍ତି ଭାବରେ ସେ ଜଣେ ଅତି ସରଳ, କର୍ତ୍ତବ୍ୟନିଷ୍ଠ ଅଟନ୍ତି । ସବୁବର୍ଗର ଲୋକଙ୍କ ସଂସ୍ପର୍ଷରେ ସେ ଆସିଥାନ୍ତି । ବିଭିନ୍ନ ସଂଗଠନ, ୟୁନିୟନ୍ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଡ. ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଖ୍ୟାତନାମା ବଂଶୀବାଦକ ଡ. ହରିପ୍ରସାଦ ଚୌରାସିଆ ଡ. ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବହୁ ସମ୍ମାନଜନକ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି । ଭାରତର ରାଷ୍ଟ୍ରପତିଙ୍କ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶା ଏଚିଭର୍ସ ଆୱାର୍ଡ ଏବଂ ଏନ୍‌ଆଇପିଏମ୍ ପୁରସ୍କାର ମଧ୍ୟ ସେ ହାସଲ କରିଛନ୍ତି ।

    ଏହି ମିଶ୍ରଣ ପର୍ବରେ ଅନ୍ୟ କେତେକ ପ୍ରାକ୍ତନ ସରକାରୀ ଅଧିକାରୀ ମଧ୍ୟ ଦଳରେ ମିଶିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ