Saturday, July 27, 2024
24.6 C
Odisha

    ବିଜେଡି-ବିଜେପି ମଧ୍ୟରେ ହେବ କି ମେଣ୍ଟ ? ସନ୍ଧ୍ୟା ସୁଦ୍ଧା ଆସିପାରେ ସ୍ପଷ୍ଟ ଚିତ୍ର, ଅପରାହ୍ନରେ ବିଜେଡିର ଓ ସନ୍ଧ୍ୟାରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

    ଆଗକୁ ପଢନ୍ତୁ

    ସରଗରମ ରାଜ୍ୟ ରାଜନୀତି । ବିଜେପି ଓ ବିଜେଡିର ବୈଠକକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ମେଣ୍ଟ ଚର୍ଚ୍ଚା । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ବୈଠକ ବସିବାକୁ ଥିବାବେଳେ ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ବୈଠକ ହେବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନରେ ମେଣ୍ଟ ନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ଦଳୀୟ ନେତାଙ୍କ ସହ ଆଲୋଚନା କରି ଏଥିରେ ମୋହର ମାରିବେ । ଦିଲ୍ଲୀରେ ରାଜ୍ୟ ନେତୃତ୍ୱଙ୍କ ସହ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା କରିବାକୁ ଥିବା ବେଳେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ନବୀନ । ଆଲୋଚନା ପରେ ମେଣ୍ଟ ହେବା ନେଇ ସ୍ପଷ୍ଟ ସୂଚନା ମିଳିପାରେ ।
    ଗତ କିଛି ଦିନ ହେବ ଉଭୟ ଦଳ ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ମେଣ୍ଟ ହେବନି ବୋଲି କହିବା ସହ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ସେହିଭଳି ବିଜେପି ଏହି ମେଣ୍ଟ ଚର୍ଚ୍ଚା ବଢାଉଥିବା ନେଇ ବିଜେଡି କହିଥିଲା । କୌଣସି ମେଣ୍ଟ ହେବନି ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେବେ ଗତକାଲି ଚଣ୍ଡିଖୋଲରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡିକୁ ଆଦୌ ଟାର୍ଗେଟ ନ କରିବା ଏହି ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ