Sunday, March 22, 2026
21.2 C
Odisha

    ବିଜେପି ସଭାପତି ଭାବେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଜେପିର ଦୁଇ ଦିନିଆ ଜାତୀୟ ଅଧିବେଶନ ଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମରେ ଉଦଯାପିତ ହୋଇଯାଇଛି। ଯାହାର ଅନ୍ତିମ ଦିନରେ ବିଜେପି ଏକ ବଡ ନିଷ୍ପତ୍ତି ନେଇଛି । ଅଧିବେଶନରେ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳକୁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ବଢାଇବାକୁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

    ଏହି ପ୍ରସ୍ତାବ ପାରିତ ହେବା ପରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳକୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜୁନ୍ ୨୦୧୯ରେ ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ହୋଇଥିଲେ। ଏହାପରେ ୨୦୨୦ ଜାନୁଆରୀ ୨୦ରେ ତାଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।

    ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଗତବର୍ଷ ବିଜେପି ସଂସଦୀୟ ବୋର୍ଡ ଦେଇଥିବା ନିଷ୍ପତ୍ତିକୁ ରବିବାର ବିଜେପି ରାଷ୍ଟ୍ରୀୟ ସମ୍ମିଳନୀରେ ଅନୁମୋଦନ ମିଳିଛି। ଏହା ସହିତ ଜେପି ନଡ୍ଡାଙ୍କୁ ମଧ୍ୟ ବଡ଼ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଥିଲା, ଯାହାର ଅନୁମୋଦନ ସଂସଦୀୟ ବୋର୍ଡରେ ପରେ ନିଆଯାଇପାରିବ। ବିଜେପି ଇତିହାସରେ କେବେ ବି ନିର୍ବାଚନ ହୋଇନାହିଁ। ଏହାକୁ ବିଜେପି ଆଭ୍ୟନ୍ତରୀଣ ଗଣତନ୍ତ୍ର ବୋଲି କହୁଛି। ଅର୍ଥାତ୍ କୌଣସି ଗୋଟିଏ ନାମକୁ ନେଇ ସହମତି ହୋଇଥାଏ ଯାହାକୁ ଦ​ଳ ସଂଖ୍ୟାଗରିଷ୍ଠ ନିଷ୍ପତ୍ତି ମଧ୍ୟ କହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ