ଭୁବନେଶ୍ୱର; ବୁଧବାର ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡିଓ ପରି ଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କଳିଙ୍ଗ ଷ୍ଟୁଡିଓ ଠାରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ସଦସ୍ୟ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଳିଙ୍ଗ ଷ୍ଟୁଡିଓ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୁଲି ଦେଖିବା ସହ କଳିଙ୍ଗ ଷ୍ଟୁଡିଓକୁ ପର୍ଯ୍ୟଟକ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ନେଇ ଉକ୍ତ ବୈଠକରେ ଯୋଗଦେଇଥିବା କଳାକାର, ନିର୍ଦ୍ଦେଶକ, ନିର୍ମାତା ଏବଂ ଟେକ୍ନିସିଆନ ମାନଙ୍କ ସହ ମାନନୀୟ ମନ୍ତ୍ରୀ ଆଲୋଚନା କରିଛନ୍ତି ।