Thursday, March 19, 2026
23.2 C
Odisha

    ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ କମଲ ନାଥଙ୍କ ପୁଅ ନକୁଲ ନାଥ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଦ୍ୱାରା କରାଯାଇଥିବା ଏକ ବିଶ୍ଳେଷଣ ଅନୁଯାୟୀ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ତଥା କଂଗ୍ରେସ ସାଂସଦ ନାକୁଲ ନାଥ ହେଉଛନ୍ତି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀ। ତାଙ୍କ ନିକଟରେ ୭୧୭ କୋଟି ଟଙ୍କାର ସଂପତ୍ତି ରହିଛି।ନାକୁଲ ନାଥ ଚିନ୍ଦୱାରା ‌ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ତାମିଲନାଡୁର ଏରୋଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଆଇଏଡିଏମ୍‌କେର ଅଶୋକ କୁମାରଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିବେ। ଯାହାଙ୍କ ନିକଟରେ ୬୬୨ କୋଟି ଟଙ୍କାର ସଂପତ୍ତି ଅଛି। ସେହିପରି ସିଭାଗଙ୍ଗା ବିଜେପି ପ୍ରାର୍ଥୀ ଧବନାଥନ ଯାଦବ ଟିଙ୍କର ସମ୍ପତ୍ତି ୩୦୪ କୋଟି ଟଙ୍କା ବୋଲି ଜଣାପଡ଼ିଛି।

    ଏଡିଆର୍ ପ୍ରାର୍ଥୀଙ୍କ ସମ୍ପତ୍ତି ତଥ୍ୟକୁ ବିଶ୍ଳେଷଣ କରି ଜାଣିବାକୁ ପାଇଛି ଯେ ୩୩୨ ଜଣ ସେମାନଙ୍କ ସମ୍ପତ୍ତି ୨ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବୋଲି ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୯୩ ଜଣ ପ୍ରାର୍ଥୀଙ୍କ ପାଖରେ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୭୭ ଜଣଙ୍କ ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷରୁ ୨ କୋଟି ଟଙ୍କା ଏବଂ ଅନ୍ୟ ୪୩୬ ଜଣ ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ୫୭୩ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ଲକ୍ଷ ଟଙ୍କାରୁ କମ୍ ରହିଛି।

    ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍‌) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ୍‌ର ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୨ ଜଣ ନିଜ ବିରୋଧରେ ଫୌଜଦାରୀ ମାମଲା ଘୋଷଣା କରିଛନ୍ତି ଏବଂ ୧୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୧ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୧୮ ଜଣଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଏଡିଆର୍ ଏହି ରିପୋର୍ଟ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    55 %
    2kmh
    97 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ