Sunday, October 11, 2026
28.3 C
Odisha

    ଶରୀରରୁ ମୁଣ୍ଡକୁ ଅଲଗା କରିଦେବୁ; ବାଗେଶ୍ବର ବାବାଙ୍କୁ ମିଳିଲା ହତ୍ୟା ଧମକ

    ଆଗକୁ ପଢନ୍ତୁ

    ବରେଲି: ବାଗେଶ୍ବର ବାବାଙ୍କୁ ମିଳିଲା ହତ୍ୟା ଧମକ। ଉତ୍ତରପ୍ରଦେଶର ବରେଲିରେ ଥିବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଫେସବୁକ୍ ମାଧ୍ୟମରେ ଦିଆଯାଇଥିବା ଧମକରେ, ଶରୀରରୁ ମୁଣ୍ଡ ଅଲଗା କରିଦିଆଯିବ ବୋଲି କୁହାଯାଇଛି। ଏହା ବିଷୟରେ ଜାଣିବା ପରେ ହିନ୍ଦୁ ସଂଗଠନର କର୍ମୀମାନେ ରାଗି ଯିବା ସହ ବରେଲିର କୋତୱାଲୀ ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି।

    ଏତଲାରେ ଲେଖାଯାଇଛି ଯେ, ସନାତନ ଧର୍ମ ଗୁରୁ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ କରାଯାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯିବା ସହ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରାଯିବ ବୋଲି ଏକ ଅଡିଓ ସେଥିରେ ରହିଛି। ଏହି ଭିଡିଓ ହିନ୍ଦୁମାନଙ୍କୁ ବହୁତ ଆଘାତ ଦେଇଛି ଏବଂ ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଏଭଳି ପାପ କରିଥିବା ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

    ଏତଲା ପାଇବା ପରେ ବର୍ତ୍ତମାନ କୋତୱାଲି ପୁଲିସ ଫୈଜ ରାଜା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଧାରା ୫୦୫(୨) ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ କରାଯାଉଥିବା ବେଳେ ଅଭିଯୁକ୍ତ ଗିରଫ ହେଲେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ