Sunday, March 22, 2026
21.2 C
Odisha

    ବିଜେପିରେ ମିଶିବା ବିଷୟକୁ ଖଣ୍ଡନ କଲେ କମଳନାଥ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ବିଜେପିରେ ମିଶିବା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ଦିଲ୍ଲୀରେ ଗଣମାଧ୍ୟମସହ କଥାବାର୍ତ୍ତା କରି କମଲନାଥ ବିଜେପିରେ ଯୋଗ ଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ସେ କହିଲେ, “… ମୋର କାହା ସହିତ କୌଣସି କଥାବାର୍ତ୍ତା ହୋଇନାହିଁ…” ।
    ଏହା ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ କମଲନାଥଙ୍କୁ ନେଇ କହିଥିଲେ ଯେ ସେ ବିଜେପିରେ ଯୋଗ ଦେଉନାହାନ୍ତି। ସେହିପରି କମଳନାଥଙ୍କ ବିଜେପି ଯୋଗଦାନକୁ ଅସ୍ବୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।

    ସେପଟେ ମଧ୍ୟପ୍ରଦେଶ ପିସିସି ସଭାପତି ଜିତୁ ପଟଓ୍ବାରି ମଧ୍ୟ କମଳନାଥ ବିଜେପିରେ ଯୋଗ ଦେବା ବିଷୟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ‘ଗତ ୪-୫ ଦିନ ଧରି କମଲନାଥଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ର ଚାଲିଛି ତାହା ସମସ୍ତେ ଜାଣନ୍ତି। ପ୍ରତ୍ୟେକ ଖବରକାଗଜରେ, ପ୍ରତ୍ୟେକ ଗଣମାଧ୍ୟମରେ ସେ ବିଜେପିକୁ ଯିବାକୁ ନେଇ ଏକ ଅପପ୍ରଚାର ଚାଲିଥିଲା। ଗଣମାଧ୍ୟମର କିପରି ଦୁରୁପଯୋଗ ହେଉଛି ଏବଂ ବର୍ଷ ବର୍ଷ ଧରି ଜଣେ ବ୍ୟକ୍ତିଙ୍କ ସଚ୍ଚୋଟତା ଉପରେ କିପରି ପ୍ରଶ୍ନ ଉଠୁଛି ତାହା କମଲନାଥଜୀଙ୍କ ବିରୋଧରେ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ