Monday, April 6, 2026
31.8 C
Odisha

    ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତ ସରକାରଙ୍କ ଅଧୀନରେ ଜିଏସଟି କାଉନ୍ସିଲ ଗଠନ କରାଯାଇଛିା ଏଥିରେ ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛିା ଆମ ରାଜ୍ୟ ଓଡିଶାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସମ୍ମାନନୀୟ ପରିଷଦର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତିା ଅନ୍ୟ ରାଜ୍ୟର ଅର୍ଥ ମନ୍ତ୍ରୀମାନେ ଏହି ପରିଷଦର ସଦସ୍ୟ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ନାମକୁ ଏହି ପରିଷଦ ସଦସ୍ୟ ନିମନ୍ତେ ମନୋନୀତ କରିଛନ୍ତିା ଅନୁରୂପ ଭାବରେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଏହି ପରିଷଦର ଆବାହକ ଥିବାବେଳେ ହରିୟାଣାର ଅର୍ଥମନ୍ତ୍ରୀ ଜୟ ପ୍ରକାଶ ଦଲାଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଓ. ପି. ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ ମାରଲେନା, ଆସାମ ଅର୍ଥ ମନ୍ତ୍ରୀ ଅଜନ୍ତା ନିୟୋଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ଶ୍ରୀ ପି. କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଶ୍ରୀ ଥଙ୍ଗମ ଥେନରାସୁ ଏହାର ଅନ୍ୟତମ ସଦସ୍ୟ ରହିଛନ୍ତିା
    ଏହି ମନ୍ତ୍ରୀ ପରିଷଦ ସୂଚନା-ପ୍ରଯୁକ୍ତି କାର୍ଯ୍ୟପ୍ରଣାଳୀର ସମୀକ୍ଷା କରିବା ସହିତ ବ୍ୟବସାୟିକ ଧାରାରେ ପରିବର୍ତ୍ତନ ସାଙ୍ଗକୁ ଟିକସ ବ୍ୟବସ୍ଥାକୁ ଫଳପ୍ରଦ କରିବା ସକାଶେ ପଦକ୍ଷେପ ଗ୍ରହଣ କରିବା ଟିକସ ଫାଙ୍କିର ମୁଖ୍ୟ ଉତ୍ସଗୁଡ଼ିକ ବାବଦରେ ଅନୁଧ୍ୟାନ କରି ଏସବୁର ଦୂରୀକରଣ ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ମତାମତ ଦେବୋ ତଥ୍ୟ ବିଶ୍ଳେଷଣକୁ ଗୁରୁତ୍ୱ ଦେଇ ରାଜସ୍ୱ ବୃଦ୍ଧି ଦିଗରେ କାର୍ଯ୍ୟ କରିବା କେନ୍ଦ୍ର ଓ ରାଜ୍ୟ ତଥା ବିଭିନ୍ନ ରାଜ୍ୟରେ ପ୍ରଚଳିତ ଟିକସ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଚିହ୍ନଟ କରି ଯଥାର୍ଥ ସମନ୍ୱୟ ସ୍ଥାପନ ପାଇଁ କାର୍ଯ୍ୟ କରିବା ଜିଏସ୍ଟି ବ୍ୟବସ୍ଥାରେ ବିଭିନ୍ନ ପରିବର୍ତ୍ତନଗୁଡ଼ିକର ସଫଳ ରୂପାୟନ ନିମନ୍ତେ ସମୟସୀମା ପ୍ରସ୍ତାବ କରିବା ଏଠାରେ ଉଲ୍ଲେଖନୀୟ ଯେ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ଜିଏସ୍ଟି କାଉନ୍ସିଲର ୪୫ତମ ବୈଠକରେ ପ୍ରଥମ ମନ୍ତ୍ରୀସ୍ତରୀୟ ପରିଷଦ ଗଠିତ ହୋଇଥିଲା | ସେହି ମନ୍ତ୍ରୀ ପରିଷଦ ଚଳିତ ମାସରେ ପୁନର୍ଗଠିତ ହୋଇଛିା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ