Saturday, April 11, 2026
37.5 C
Odisha

    ବଢିଲା ସିଦ୍ଧରମୈୟାଙ୍କ ଅଡ଼ୁଆ, ଜମି ଦୁର୍ନୀତି ମାମଲାରେ ସମନ ଜାରି କଲେ ଲୋକାୟୁକ୍ତ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: କର୍ଣ୍ଣାଟକ ଲୋକାୟୁକ୍ତ ବୁଧବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମନ କରିଛନ୍ତି। ମହୀଶୂର ଜମି ଆବଣ୍ଟନ ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମନ କରିଛି ଦୁର୍ନୀତି ନିରୋଧୀ ସଂସ୍ଥା । ତାଙ୍କୁ ବୁଧବାର ହାଜିର ହେବାକୁ କୁହାଯାଇଛି ।
    ଲୋକାୟୁକ୍ତଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରିବାକୁ ଅନୁମତି ଦେବା ରାଜ୍ୟପାଳଙ୍କ ଅଧିକାର ମଧ୍ୟରେ ଅଛି ବୋଲି ଅଦାଲତ ଘୋଷଣା କରିବା ପରେ ଏହି ସମନ ଆସିଛି। ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଲୋକାୟୁକ୍ତ ଏକ ଏତଲା ଦାୟର କରିସାରିଛନ୍ତି।

    ମାମଲାଟି ମହୀଶୂର ସହର ନିକଟସ୍ଥ କେସରେ ଗ୍ରାମରେ ସିଦ୍ଧରାମୈୟାଙ୍କ ପତ୍ନୀ ପାର୍ବତୀ ସିଦ୍ଧରାମୈୟାଙ୍କ ୩.୧୬ ଏକର ଜମି ବଦଳରେ କ୍ଷତିପୂରଣ ବାବଦରେ ୧୪ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଆବଣ୍ଟନ ସହ ଜଡ଼ିତ। ଏଥିରେ ରାଜ୍ୟକୁ ୪୫ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏନେଇ ଜଣେ ଦୁର୍ନୀତି ବିରୋଧୀ କର୍ମୀ ଏତଲା ଦାୟର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ