Thursday, September 19, 2024
23 C
Odisha

    ମଙ୍ଗଳବାର ଅପରାହ୍ଣରେ ଇସ୍ତଫା ଦେଇପାରନ୍ତି କେଜ୍ରିଓ୍ବାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲରୁ ଫେରିବା ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇ ରହିଛି । ସେ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଯାଇଛି । ଆଜି (ସୋମବାର) ସେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି । ସୂଚନା ଅନୁସାରେ ମଙ୍ଗଳବାର ୪.୩୦ରେ ସାକ୍ଷାତ ପାଇଁ ସମୟ ଦେଇଛନ୍ତି ଉପରାଜ୍ୟପାଳ । ଫଳରେ କେଜ୍ରିଓ୍ବାଲ ଆସନ୍ତାକାଲି ଇସ୍ତଫା ଦେବାର ସମ୍ଭାବନା ବଢିଯାଇଛି ।
    ସେପଟେ ଆଜି ଅପରାହ୍ନ ୫ଟାରେ ଆପ ରାଜନୈତିକ ବ୍ୟାପାର କମିଟିର ବୈଠକ ଗୁରୁତ୍ୱପୂର୍ଣ୍ଣ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏହି ବୈଠକରେ ଆଲୋଚନା ହେବ। ସେହିପରି ନୂଆ କ୍ୟାବିନେଟ ଉପରେ ମଧ୍ୟ ଆଲୋଚନା ହେବ । କେଜ୍ରିୱାଲ ଜେଲରୁ ବାହାରିବା ପରେ ଏହା ହେଉଛି ପ୍ରଥମ ପିଏସି । ଆଗାମୀ ଦିନରେ ଦଳକୁ ଅନେକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ, ସେଗୁଡ଼ିକ ଉପରେ ମଧ୍ୟ ଏହି ପିଏସିରେ ଆଲୋଚନା ହେବ। ବୈଠକ ପୂର୍ବରୁ ମନୀଷ ସିସୋଦିଆ ଓ ରାଘବ ଚଢା ମୁଖ୍ୟମନ୍ତ୍ରୀ ଆବାସକୁ ଯାଇ କେଜ୍ରିଓ୍ବାଲଙ୍କ ସହ ଆଲୋଚନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ