Thursday, April 9, 2026
24.8 C
Odisha

    ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ, ତ‌ାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକ ଏବେ ଅନୁଭବ ମହାନ୍ତି ବି ବିଜେଡି ଛାଡ଼ିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି। ଆଜି ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଗତ ଥର ଦଳ ତାଙ୍କୁ ଟିକେଟ ଦେଇନଥିଲା। ଏଥର ବି ଦଳ ତାଙ୍କୁ ଟିକେଟରୁ ବଞ୍ଚିତ କରିଛି। ଏହି କାରଣରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ସେ ନିର୍ବାଚନ ଲଢ଼ିବାକୁ ବୋଲି ଦଳର ସୁପ୍ରିମୋଙ୍କୁ ଜଣାଇବା ପରେ ବି ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ସେ କ୍ଷୋଭୋକ୍ତି କରିଛନ୍ତି। ନିଜର ଆତ୍ମସମ୍ମାନ ଓ କେ‌ାରେଇବ‌ାସୀଙ୍କ ସ୍ବାଭିମାନ ଲାଗି ବିଜେଡି ଛାଡ଼ିଛି। କିଛି ଦିନ ତଳେ ବିଜେଡିର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ବି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ତିନି ଜଣଙ୍କୁ ଦଳକୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଦଳର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଉପସ୍ଥିତ ଥିଲେ।

    ଏଣେ ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ। ସେ ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଥିଲେ। ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ। ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    69 %
    0.8kmh
    36 %
    Thu
    37 °
    Fri
    37 °
    Sat
    39 °
    Sun
    42 °
    Mon
    41 °

    ସମ୍ବନ୍ଧିତ