Wednesday, October 14, 2026
26.2 C
Odisha

    ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଲେ ପ୍ରିୟଦର୍ଶୀ ମିଶ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଆଜି ସକାଳ ପାଖାପାଖି ୧୦ଟା ୬ ମିନିଟ ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ିଥିଲେ। ମାତ୍ର ୨ ଘଣ୍ଟା ଭିତରେ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ବିଜେପିରେ ସାମିଲ ହୋଇଛନ୍ତି।
    ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ, ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବିଧାୟକ ପ୍ରଶାନ୍ତ ଜବଦ୍ଦେବ ଓ ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ବିଜେଡିରେ ତାଙ୍କୁ ଉଚିତ ସମ୍ମାନ ନମିଳିବାରୁ ସେ ବାଧ୍ୟ ହୋଇ ଦଳ ଛାଡିଥିବା କହିଥିଲେ। ଏଣେ ସେ ବିଜେଡି ଛାଡ଼ିବାର କାରଣ ସଂପର୍କରେ ପ୍ରିୟଦର୍ଶୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ମନ କଥା କହିଛନ୍ତି। ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ବିଜେଡିରେ କିଛି କୁଚକ୍ରୀ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ପୁରୁଣା ଲୋକଙ୍କୁ ବାହାର କରିବାକୁ ଚାହୁଁଛନ୍ତି। ମୁଁ ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ବିଜେଡି ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ଦଳରେ ମୋର ବୋଧେ ଆଉ ସ୍ଥାନ ନାହିଁ। ମୋତେ ଦଳର କୌଣସି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉ ନାହିଁ। ଦୀର୍ଘ ବର୍ଷ ଧରି ଦଳର କୌଣସି କାର୍ଯ୍ୟକ୍ରମକୁ ଡକା ଯାଉନି। ତେଣୁ ମୁଁ ଆଉ ଦଳରେ ରହିବା କଥା ନୁହେଁ ବୋଲି ହୃଦ୍ବୋଧ ହେଲା। ଏନେଇ ଦଳୀୟ ଫୋରମରେ ଜଣାଇବା ପରେ ମଧ୍ୟ କିଛି ଲାଭ ହେଲାନାହିଁ। ଦଳ ମୋତେ ଲଗାତାର ଧୋକା ଦେଇ ଚାଲିଛି। ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା। ତଥାପି ମୁଁ ଅସନ୍ତୋଷ ଜାହିର କରିନଥିଲି। ପରେ ମୋତେ ହାଉସିଂ ବୋର୍ଡର ଅଧ୍ୟକ୍ଷ ପଦ ଦିଆଯାଇଥିଲା, କିନ୍ତୁ ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା। ଏଣୁ ବିଜେଡିରେ ରହିବାର ଆବଶ୍ୟକତା ନାହିଁ ବୋଲି ଅନୁଭବ କରି ବିଜେଡି ଛାଡ଼ିଲି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ