Monday, March 23, 2026
24.7 C
Odisha

    ଖାଲିଦା ଜିଆଙ୍କ ଦେହାନ୍ତ ଖବର ପାଇ ଶୋକ ପ୍ରକାଶ କଲେ ଶେଖ୍ ହସିନା

    ଆଗକୁ ପଢନ୍ତୁ

    ଢ଼ାକା: ଆଜି ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତଥା ବିଏନପି ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ  ପରଲୋକ ହୋଇଛି। ତାଙ୍କ ଦେହାନ୍ତ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ  ଶେଖ ହସିନା ପ୍ରକାଶ କରିଛନ୍ତି। ଏକ୍ସରେ Bangladesh Nationalist Party(ବିଏନପି) ପକ୍ଷରୁ ଏକ ପୋଷ୍ଟ କରାଯାଇଛି, ଯେଉଁଥିରେ ଶୋକ ପ୍ରକାଶ କରି ଶେଖ୍ ହସିନା କ’ଣ କହିଛନ୍ତି ତାହା ଲେଖାଯାଇଛି।  କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ, “ବିଏନପି ଅଧ୍ୟକ୍ଷା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ପରଲୋକରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି। ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଏବଂ ଗଣତନ୍ତ୍ର ପ୍ରତିଷ୍ଠା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ଏବଂ ଏହାକୁ ମନେ ରଖାଯିବ। ତାଙ୍କ ବିୟୋଗ ବାଂଲାଦେଶର ରାଜନୈତିକ ଜୀବନ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତୃତ୍ୱ ପାଇଁ ଏକ ଗଭୀର କ୍ଷତି। ମୁଁ ବେଗମ ଖାଲିଦା ଜିଆଙ୍କ ଆତ୍ମାକୁ ଶାନ୍ତି ଏବଂ କ୍ଷମା ପାଇଁ ପ୍ରାର୍ଥନା କରୁଛି। ମୁଁ ତାଙ୍କ ପୁଅ ତାରିକ ରହମାନ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କ ପ୍ରତି ସମବେଦନା ଜଣାଉଛି। ବିଏନପି ପରିବାର ପ୍ରତି ମଧ୍ୟ ମୋର ସମବେଦନା ଜଣାଉଛି। ଆଶା କରୁଛି ଯେ, ଆଲ୍ଲାହ ସେମାନଙ୍କୁ ଏହି କଷ୍ଟକର ସମୟର ସାମ୍ନା କରିବା ପାଇଁ ଧୈର୍ଯ୍ୟ, ଶକ୍ତି ଏବଂ ଶାନ୍ତି ପ୍ରଦାନ କରିବେ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ