Tuesday, September 29, 2026
30.1 C
Odisha

    ଖାନ ସାର୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ , ହସ୍ପିଟାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ବିହାରର ପ୍ରସିଦ୍ଧ କୋଚିଂ ପରିଚାଳକ ତଥା ୟୁଟ୍ୟୁବ୍ ଶିକ୍ଷକ ଭାବେ ସୋସିଆଲ ମିଡ଼ିଆର ଷ୍ଟାର୍ ଖାନ ସାର୍ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଛି। ତାଙ୍କୁ ପାଟଣାର ପ୍ରଭାତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି , ଯେଉଁଠି ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ବିପିଏସସି ଅଫିସରେ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜର ଘଟଣା ପରେ, ଖାନ ସାର୍ ଶୁକ୍ରବାର ସଡ଼କ ଉପରକୁ ଓହ୍ଲାଇ ଥିଲେ। ତାଙ୍କ ସହ ଗୁରୁ ରହମାନ ମଧ୍ୟ ଥିଲେ। ପାଖାପାଖି ୭ ଘଣ୍ଟା ଯାଏ ବିପିଏସସି ପ୍ରାର୍ଥୀଙ୍କ ସହ ବିରୋଧ ପ୍ରଦର୍ଶନ କରିବା କାରଣରୁ ତାଙ୍କର ସ୍ଥିତି ବିଗିଡ଼ି ଯାଇଛି। ମିଡ଼ିଆ ରିପୋର୍ଟ ଅନୁସାରେ, ଖାନ୍ ସାର୍ ଡିହାଇଡ୍ରେସନ ସହ ଫିଭର ଓ ଦୁର୍ବଳତା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଲଗାତାର ୭ ଘଣ୍ଟାରୁ ଅଧିକ ସମୟ ଯାଏ ସେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହାପରେ ଖବର ଆସିଲା କି ଖାନ ସାରଙ୍କୁ ପୁଲିସ ଧରି ନେଇଛି। କିନ୍ତୁ ରାତିରେ ପୋଲିସ୍ କହିଥିଲା କି, ତାଙ୍କୁ ଗିରଫ କରାଯାଇ ନାହିଁ , ସମ୍ମାନର ସହ ତାଙ୍କୁ ତାଙ୍କର ଗାଡ଼ି ପାଖରେ ଛାଡ଼ି ଦିଆ ଯାଇଛି। ଏହି ସ୍ଥିତିରେ ଉତ୍ତେଜନା କାରଣରୁ ଶୁକ୍ରବାର ରାତିରେ ହିଁ ଖାନ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଖାନ ସାର୍ ରୋଗୀଣା ହେବାର ଖବର ସାମ୍ନାକୁ ଆସିବା ପରେ ତାଙ୍କର ଛାତ୍ରଛାତ୍ରୀ ଓ ପ୍ରଶଂସକଙ୍କର ହସ୍ପିଟାଲରେ ଭିଡ଼ ଆରମ୍ଭ ହୋଇ ଯାଇଛି। କୁହାଯାଉଛି ଯେ ଖାନ ସାରଙ୍କୁ ସ୍ପେଶାଲ କେୟାର ୟୁନିଟ୍ରେ ରଖାଯାଇଛି। ତାଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଛି। ଗ୍ଲୁକୋଜ ମଧ୍ୟ ଦିଆ ହେଉଛି। ଡାକ୍ତରଙ୍କ କହିବାନୁସାରେ , ଡିହାଇଡ୍ରେସନ ଓ ଖୁବ୍ ଜ୍ୱର ହେବା ଯୋଗୁଁ ତାଙ୍କୁ ଭର୍ତ୍ତି କରାଯାଇଛି। ଉପଯୁକ୍ତ ଚିକିତ୍ସା ପାଇଁ ସବୁ ଜରୁରୀ ଯାଞ୍ଚ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ