Monday, October 19, 2026
21.9 C
Odisha

    ଭାଇ ସାଜିଲା ରାକ୍ଷସ, ଭଉଣୀକୁ ୧୧ ବର୍ଷ ଧରି ଦୁଷ୍କର୍ମ

    ଆଗକୁ ପଢନ୍ତୁ

    ଭାଇ ଓ ଭଉଣୀର ସମ୍ପର୍କ ଅତୁଟ। ବିପଦ ବେଳେ ଢାଲ ହୋଇ ଛିଡା ହୋଇଥାଏ। କିନ୍ତୁ ଯୌନ ଲାଳଶା ପାଇଁ ବେଳେବେଳେ ରକ୍ଷକ ସାଜିଥାଏ ଭକ୍ଷକ । ଏଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଛି ବିହାରରୁ । ବଡବାପା ଘରେ ରହି ପୀଡିତା ଜଣକ ପାଠ ପଢୁଥିବା ବେଳେ ଭାଇ 11 ବର୍ଷ ଧରି ଦୁଷ୍କର୍ମ କରି ଆସୁଥିଲା । ଯଦି କାହାକୁ କୁହେ ତାହେଲେ ଭିଡିଓ ଭାଇରାଲ କରିଦେବ କହି ଧମକ ଦେଉଥିଲା । ଯୁବତୀ ଜଣକ ବଡବାପା ଘରେ ଗୋପାଳଗଞ୍ଜରେ ରହି ପାଠ ପଢୁଥିଲେ । ଏହାର ଫାଇଦା ପାଇ ବଡବାପାଙ୍କର ଭାଇ ଭଉଣୀ ସହିତ ଶାରୀରିକ ସମ୍ପର୍କ ରଖିଥିଲା । 2011 ମସିହାରୁ 2022 ମସିହା ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଥିଲା । ତେବେ ରାକ୍ଷାସ ଭାଇ ଭାଇରାଲ ଧମକ ଦେଉଥିବା ବେଳେ ପୀଡିତାଙ୍କର ମଧ୍ୟ ଅଭିଯୋଗ କରିବା ପାଇଁ ସାହାସ ହେଉ ନଥିଲା । ତେବେ କୌଣସି କାରଣବଶତଃ ପୀଡିତା ଜଣକ ଗୁରୁଗ୍ରାମ ପୋଲିସକୁ ଜଣାଇବା ପରେ ପ୍ରକୃତ କାଣ୍ଡ ସାମ୍ନାକୁ ଆସିଥିଲା । ପୀଡିତା କହିଛନ୍ତି ଯେ ଅଭିଯୁକ୍ତ ତାଙ୍କଠାରୁ ପାଞ୍ଚ-ଛଅ ବର୍ଷ ବଡ। ଏହି ଘଟଣା ପରେ ସେ ନିଜ ଗାଁକୁ ଫେରିଗଲେ। 2012ରେ ଅଭିଯୁକ୍ତ ଗୋପାଳଗଞ୍ଜ ଯାଇ ଏଠାରେ ଦୁଷ୍କର୍ମ କରିଥିଲା। ଏହାପରେ 2014ରେ ଅଭିଯୁକ୍ତ ପୀଡିତାଙ୍କୁ ବ୍ଲାକମେଲ କରି ଗୁରୁଗ୍ରାମରେ ଥିବା ତାଙ୍କ ଘରେ ରହି ସେଠାରେ ଅଧ୍ୟୟନ କରିବାକୁ ଚାପ ପକାଇଥିଲା। ତେବେ ଯୁବତୀଜଣକ ଯେଉଁ ସ୍ଥାନରେ ରହୁଥିଲେ ଭାଇ ସେହି ସ୍ଥାନକୁ ଯାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇ ବାଧ୍ୟ କରୁଥିଲା ବୋଲି ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । 22 ନଭେମ୍ବରରେ ମହିଳାଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରୁଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ