Thursday, October 1, 2026
23.8 C
Odisha

    ନିର୍ମାଣାଧୀନ ଡ୍ରେନ୍‌ରେ ଚାପି ହୋଇଗଲେ ୩ ଶ୍ରମିକ: ଜଣେ ମୃତ, ୨ ଗୁରୁତର

    ଆଗକୁ ପଢନ୍ତୁ

    ଐତିହାସିକ କଟକ ସହରର ବିନାନାସୀ ଅଞ୍ଚଳରେ ଡ୍ରେନ୍‌ ପୁଣି ଥରେ ମୁଣ୍ଡ ନେଇଛି। ଏଠାରେ ନିର୍ମାଣାଧୀନ ଏକ ଡ୍ରେନ୍‌ରେ ଚାପି ହୋଇଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅପ୍ରୀତିକର ଘଟଣା ଯୋଗୁଁ ଅନ୍ୟ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ କଟକ ମହାନଗର ନିଗମ (ସିଏମ୍‌ସି)ର ବିଡ଼ାନାସୀ ଛକ ନିକଟରେ ଡ୍ରେନ୍ କାମ ଚାଲିଥିଲା। ଏହି କାମ ଚାଲିଥିବା ବେଳେ ଅଘଟଣ ଘଟିଥିଲା। ଡ୍ରେନ୍ କାମ ଚାଲି ଥିଲା ବେଳେ ଏକ କାନ୍ଥ ଭୁଶୁଡ଼ିଥିଲା। ଏଥିରେ ୩ ଜଣ ଶ୍ରମିକ ଚାପି ହୋଇ ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣା ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ବେଳେ ଏନେଇ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

    କଟକ ସହରରେ ସମସ୍ୟା ଭର୍ତ୍ତି ହୋଇରହିଛି। ଏଥି ମଧ୍ୟରୁ ମୁକୁଳା ଡ୍ରେନ୍‌ ହେଉଛି ଅନ୍ୟତମ ପ୍ରମୁଖ ସମସ୍ୟା, ଯେଉଁଥି ପାଇଁ ବିଗତ କିଛି ମାସ ମଧ୍ୟରେ ଏକାଧିକ ଲୋକଙ୍କର ଜୀବନ ଯାଇସାରିଛି। ପ୍ରଶାସନର ଅବହେଳା କାରଣରୁ ଜଣକ ପରେ ଜ‌ଣଙ୍କର ମୃତ୍ୟୁ ହେଉଛି। ଏହି କ୍ରମରେ ଗତବର୍ଷ ଜୁଲାଇ ୧୯ ତାରିଖରେ ମଧ୍ୟ ଜ‌ଣଙ୍କର ମୃତ୍ୟୁ ହୋଇଥିଲା। ବକ୍ସିବଜାର ଅଞ୍ଚଳରେ ଡ୍ରେନ୍‌ ନିକଟରେ ସଫେଇ କାମ କରୁଥିବା ବେଳେ ଖସିପଡ଼ିଯିବାରୁ ନରସିଂହା ରାଓ ନାମକ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ମଧ୍ୟ କଟକ ସହରରେ ଡ୍ରେନ୍‌ରେ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ