Friday, January 24, 2025
23.4 C
Odisha

    କଳ୍ପନା, ସର୍ଜନା ଓ ପ୍ରଭାବକୁ ନେଇ କିଟ୍‍ ର କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ

    ଆଗକୁ ପଢନ୍ତୁ

    ପରିକଳ୍ପନା, ସର୍ଜନା ଓ ପ୍ରଭାବ (ଆଇଡିଆ, ଇନୋଭେସନ୍‍, ଇମ୍ପାକ୍ଟ)କୁ ନେଇ କିଟ୍‍ ବିଶ୍ୱବିଦ୍ୟାଳୟରେ କେ-ଆଇ ୩ ଫେଷ୍ଟ ଉଦ୍‍ଘାଟିତ ହୋଇଯାଇଛି ।  କେ-ଆଇ ୩ ଫେଷ୍ଟ ପ୍ରଥମ ସଂସ୍କରଣର ବିଷୟ ବସ୍ତୁ ରହିଛି ଫ୍ରଣ୍ଟିଅର ଟେକ୍ନୋଲୋଜି ଫର ବିକଶିତ ଭାରତ-୨୦୪୭।  କିଟ୍‍ ଡିନ୍‍ ଗୋଲ୍ଡ କ୍ଲବ୍‍ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓପିଏସ୍‍ସିର ପ୍ରାକ୍ତନ ଅଧ୍ୟକ୍ଷ ବ୍ରିଗେଡିୟର ଡ. ଲକ୍ଷ୍ମୀ ଚରଣ ପଟ୍ଟନାୟକ ଯୋଗଦେଇ ପରିକଳ୍ପନା, ସର୍ଜନା ଓ ଏଗୁଡ଼ିକର ପ୍ରଭାବ ଉପରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।

    ସେ କହିଲେ ବିଶ୍ୱର ପ୍ରାୟ ଅଧିକାଂଶ ସର୍ଜନା ଓ ଆବିଷ୍କାର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରୁ ହିଁ ଆରମ୍ଭ ହୋଇଛି ।  ୩ଡି ପ୍ରିଣ୍ଟିଂଠାରୁ ଆରମ୍ଭ କରି ବ୍ଲକ୍‍ଚେନ୍‍ ଟେକ୍ନୋଲୋଜି ପର୍ଯ୍ୟନ୍ତ ବିଭିନ୍ନ ସର୍ଜନା ବିଶ୍ୱବିଦ୍ୟାଳୟସ୍ତରରୁ ଆରମ୍ଭ ହୋଇଛି। ଏବେ ଆତ୍ମନିର୍ଭର ଭାରତ ପ୍ରୟାସ ଅଧିନରେ ବିଭିନ୍ନ ପ୍ରତିରକ୍ଷା ଉତ୍ପାଦ ତିଆରି କରାଯାଉଛି ।  ଏଭଳି ଉଦ୍ୟୋଗ କରି ବହୁ ଯୁବକ ଉଦ୍ୟୋଗପତି ହୋଇପାରିଛନ୍ତି ବୋଲି ସେ କହିଥିଲେ ।  କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇ କହିଲେ, କେବଳ କୌଣସି ପରିକଳ୍ପନାକୁ ନିଜ ମନ ମଧ୍ୟରେ ଆଣିଲେ ହେବ ନାହିଁ ।

    ଏହାକୁ କାର୍ଯ୍ୟକାରୀ କରିବା ସହ ଏହାର ପ୍ରଭାବ କଣ ରହିବ ତା ଉପରେ ମଧ୍ୟ ଚିନ୍ତା କରିବା ଉଚିତ ।  ନିଜ ପରିକଳ୍ପନା ଓ ସର୍ଜନାର ଯଦି କୌଣସି ପ୍ରଭାବ ନ ରହିଲା ତେବେ ତାହା ଫଳପ୍ରଦ ହୋଇ ନ ଥାଏ ।  ନିଜ ସର୍ଜନାକୁ ଆଗକୁ ନେଇଯିବା ପାଇଁ କିଟ୍‍ ହେଉଛି ପ୍ରକୃଷ୍ଟ କ୍ଷେତ୍ର ବୋଲି ଡକ୍ଟର ସାମନ୍ତ କହିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ବିଭିନ୍ନ ସ୍କୁଲ୍‍ର ଡିନ୍‍ମାନେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।  ଏହି ଅବସରରେ କିଟ‍ର ୨୪ଟି ବିଭିନ୍ନ ସ୍କୁଲ୍‍ର ୬ଶହ ଛାତ୍ରଛାତ୍ରୀ ୨୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ ।  ଶେଷରେ ଡିନ୍‍ ଗୋଲ୍‍ଡ କ୍ଲବ୍‍ ଅଧ୍ୟକ୍ଷ ପ୍ରଫେସର ଶ୍ରୀନିବାସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.4 ° C
    23.4 °
    23.4 °
    34 %
    0.3kmh
    25 %
    Fri
    32 °
    Sat
    32 °
    Sun
    31 °
    Mon
    32 °
    Tue
    33 °

    ସମ୍ବନ୍ଧିତ