Friday, September 18, 2026
25 C
Odisha

    ସଂସଦୀୟ ଷ୍ଟାଣ୍ଡିଂ କମିଟିର କିଟ୍ ଓ କିସ୍ ର ପରିଦର୍ଶନ, କିସ୍ ହେଉଛି ଏକ ବିସ୍ମୟ : ଫଗନ ସିଂ କୁଲସ୍ତେ

    ଆଗକୁ ପଢନ୍ତୁ

    କିସ୍‍ ହେଉଛି ଏକ ବିସ୍ମୟ । କିଟ୍ ଓ କିସ୍ ପରିଦର୍ଶନ କରି ଏହି ମତ ରଖିଛନ୍ତି ସାଂସଦ ଡ. ଫଗନ ସିଂହ କୁଲସ୍ତେ । ତାଙ୍କ ଅଧ୍ୟକ୍ଷତାରେ ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍ ଓ କିସ୍ ପରିଦର୍ଶନ କରିଥିଲେ । କିଟ୍ ଓ କିସ୍ ପରିଦର୍ଶନ ପରେ ସାଂସଦ ପ୍ରତିମା ମଣ୍ଡଳ କହିଥିଲେ, କିସ୍‍ ଦ୍ୱାରା କରାଯାଉଥିବା ପ୍ରୟାସ ଜନଜାତିଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ଉଦାହରଣ ।

    ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍‍ ଓ କିସ୍‍ ଦର୍ଶନ କରି ଫେରିଯାଇଛନ୍ତି । ସାଂସଦ ଡ. ଫଗନ ସିଂହ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଏହି କମିଟି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ବୁଲି ଦେଖିବା ସହ କିସ୍‍ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ।

    ଏହି ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଡ. କୁଲସ୍ତେ କହିଲେ, ଦେଶ ବିଦେଶରେ ମୁଁ ବହୁ ଅନୁଷ୍ଠାନ ବୁଲିଛି, କିନ୍ତୁ କିସ୍‍ ଭଳି ଅନୁଷ୍ଠାନ କେଉଁଠି ଦେଖିନାହିଁ । ଏଠାରେ ରହିଥିବା ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଦକ୍ଷତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟୀ ।

    ଏତେ ସଂଖ୍ୟକ ପିଲାଙ୍କୁ ଗୋଟିଏ ସ୍ଥାନରେ ରଖି ପାଠ ପଢ଼ାଇବା ସହ ସେମାନଙ୍କ ପ୍ରତିଭା ଚିହ୍ନଟ କରି ତାହାର ବିକାଶ କରାଇବା ସହଜସାଧ୍ୟ କାମ ନୁହେଁ । ଏଠାରେ ଜନଜାତି ପିଲାମାନେ ସେମାନଙ୍କର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶୃଙ୍ଖଳିତ ଭାବେ ଶିକ୍ଷାଲାଭ କରିବା ସହ କ୍ରାଡ଼ା ଓ ଅନ୍ୟାନ୍ୟ କ୍ଷେତରେ ସଫଳତା ହାସଲ କରିପାରୁଛନ୍ତି । ଗୋଟିଏ ବାକ୍ୟରେ କହିବାକୁ ଗଲେ କିସ ହେଉଛି ଏକ ବିସ୍ମୟ, ଭାରତର ଏତିହ୍ୟ । ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ମଧ୍ୟ କିସ୍‍ ମଡ଼େଲ୍‍ କାର୍ଯ୍ୟକାରୀ ହେବା ଆବଶ୍ୟକ ।

    ସମଗ୍ର ଦେଶରେ କିସ୍‍ ମଡ଼େଲ ଲାଗୁ ପାଇଁ ସଂସଦୀୟ କମିଟି ପ୍ରୟାସ କରିବ ବୋଲି ଡ. କୁଲସ୍ତେ କହିଥିଲେ । ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରତିମା ମଣ୍ଡଳ କହିଲେ, କିସ୍‍ ପରିଦର୍ଶନ କରି ମୁଁ ବିମୋହିତ ହୋଇପଡ଼ିଛି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ସମାଜ ଓ ଦେଶର ବିକାଶ ପାଇଁ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ । କିସ୍‍ ଦ୍ୱାରା କରାଯାଉଥିବା ପ୍ରୟାସ ଜନଜାତିଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ଉଦାହରଣ ।

    କିସ୍‍ ପରିଦର୍ଶନ କରି ବାସ୍ତବରେ ମୋର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହୋଇପାରିଛି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିପାରୁଛି ବୋଲି ଶ୍ରୀମତୀ ମଣ୍ଡଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1kmh
    96 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ