Tuesday, August 5, 2025
29 C
Odisha

    ଖୁବଶୀଘ୍ର ପଞ୍ଜିକୃତ ହେବାକୁ ଯାଉଛି ଅଭିନେତା ବିଜୟଙ୍କ ରାଜନୈତିକ ପାର୍ଟି

    ଆଗକୁ ପଢନ୍ତୁ

    ସିନେମା ଅଭିନେତାରୁ ରାଜନେତା ହୋଇଥିବା ଅଭିନେତା ବିଜୟ ଖୁବଶୀଘ୍ର ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି । ଏବେ ସେ ନିଜର ରାଜନୈତିକ ପାର୍ଟି ପଞ୍ଜିକରଣ ପକ୍ରିୟା ଆରମ୍ଭ କରିଦେଇଛନ୍ତି । ଗୋଟିଏ ମାସ ମଧ୍ୟରେ ତାଙ୍କ ରାଜନୈତିକ ଦଳର ପଞ୍ଜିକରଣ ହୋଇଯିବ ବୋଲି କୁହାଯାଉଛି । ମେଗା ଷ୍ଟାର ବିଜୟ ତାମିଲନାଡୁ ଓ କେରଳରେ ଅନେକଗୁଡିଏ ଜନ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସେ ୨୦୧୮ ମସିହାରେ ଥୁଥୁକୁଡି ପୋଲିସ ଦ୍ୱାରା କରାଯାଇଥିବା ଗୁଳିମାଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରି ସ୍ଥାନୀୟ ମୁନିସପାଲିଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । କେବଳ ସେତିକି ନୁହେଁ ଗତମାସ ବନ୍ୟା ପ୍ରପିଡୀତ ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ରିଲିଫ୍ ଯୋଗାଇଥିଲେ । ତାମିଲନାଡୁର ବିରୋଧୀଦଳ ନେତାମାନେ ଆଶା କରିଥିଲେ କି ବିଜୟ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବେ । ହେଲେ ବିଜୟଙ୍କ ସମର୍ଥକମାନଙ୍କ ଦାବିକୁ ସମ୍ମାନ ଦେଇ ବିଜୟ ଏବେ ନୂଆ ଦଳ ଗଢିବାକୁ ଯାଉଛନ୍ତି ।

    ରାଜନୈତିକ ଦଳ ପଞ୍ଜିକରଣ ହେବା ପୂର୍ବରୁ ଗୁରୁବାର ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୟଙ୍କ ପାର୍ଟି ପଞ୍ଜିକରଣ ଓ ପାର୍ଟିର ଅଧ୍ୟକ୍ଷ ଭାବେ ବିଜୟଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି । ଆଗାମୀ ୧ ମାସ ମଧ୍ୟରେ ପାର୍ଟିର ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    71 %
    0.8kmh
    93 %
    Tue
    29 °
    Wed
    33 °
    Thu
    31 °
    Fri
    26 °
    Sat
    31 °

    ସମ୍ବନ୍ଧିତ