Friday, October 2, 2026
22.2 C
Odisha

    ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ଶ୍ରମିକ ଓ କିନ୍ନର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦୀ ଜୁନ୍‌ ୯ ତାରିଖରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ମୋଦୀ ୩.୦କୁ ଖୁବ୍‌ ଶୀଘ୍ର ବାସ୍ତବ ରୂପ ଦେବାକୁ ଯାଉଛି।ଏନଡିଏ ଦିଲ୍ଲୀରେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଯାଉଥିବା ବିଶିଷ୍ଟ ଅତିଥିମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି ଏବଂ ଏହି ଅବସରରେ ଅନେକ ‘ସ୍ୱତନ୍ତ୍ର ଅତିଥି’ ମଧ୍ୟ ଯୋଗ ଦେବାର ସମ୍ଭାବନା ରହିଛି।

    ଏହି ଶପଥ ଗ୍ରହଣ ଉତ୍ସବରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ କାମ କରୁଥିବା ଶ୍ରମିକ, ବନ୍ଦେ ଭାରତ ପ୍ରକଳ୍ପ ତଥା ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ପାଇଁ ରେଳବାଇ ସହ କାର୍ଯ୍ୟ କରିଥିବା କର୍ମଚାରୀ, କିନ୍ନର ସମ୍ପ୍ରଦାୟର ସଦସ୍ୟ, ଜନସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ପ୍ରମୁଖ ଯୋଗଦେବେ ବୋଲି ସୂଚନା ମିଳିଛି। ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ଏବଂ ବିକଶିତ ଭାରତ ରାଷ୍ଟ୍ରଦୂତଙ୍କ ସମେତ ଅନ୍ୟମାନେ ମଧ୍ୟ ଯୋଗ ଦେବେ।

    ଏତଦ୍‌ବ୍ୟତୀତ ଭାରତର ପଡ଼ୋଶୀ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଭିଭିଆଇପି ଅତିଥି ଭାବେ ଯୋଗଦେବେ। ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ’ପ୍ରଚଣ୍ଡ’ ଏବଂ ଭୁଟାନ ରାଜା ଜିଗ୍‌ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍‌ ପ୍ରମୁଖ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବାର ସମ୍ଭାବନା ରହିଛି।

    ସେହିପରି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରିତ ବିଦେଶୀ ନେତାଙ୍କ ମଧ୍ୟରେ ଅଛନ୍ତି। ସେ ଯଦି ରାଜି ହୁଅନ୍ତି ତେବେ ଏହା ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଗସ୍ତ ହେବ। ଏହା ପୂର୍ବରୁ ଦୁବାଇରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ସିଓପି-୨୮ରେ ମୁଇଜୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାକ୍ଷାତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ