Monday, October 12, 2026
21.2 C
Odisha

    ବାପା ନିର୍ବାଚନ ହାରିଯିବା ପରେ ନେହାଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ ଅନେକ ସେଲିବ୍ରେଟଙ୍କ ପାଇଁ ଖୁସି ଆଣିଦେଇଛି। ଏହି ସେଲିବ୍ରେଟଙ୍କ ତାଲିକାରେ ଅରୁଣ ଗୋଭିଲ, କଙ୍ଗନା ରାନାୱତ, ହେମା ମାଳିନି, ଶତ୍ରୁଘ୍ନ ସିହ୍ନା, ରବି କିଶାନଙ୍କ ପରି ଷ୍ଟାରମାନେ ସାମିଲ ଅଛନ୍ତି ।‌ ଏପଟେ ପବନ ସିଂ, ଦୀନେଶ ଲାଲ ଯାଦବଙ୍କ ପରି କେତେକ ସେଲିବ୍ରିଟିମାନେ ନିର୍ବାଚନ ହାରିଯିବା ପରେ  ଅସନ୍ତୁଷ୍ଟ ହୋଇଯାଇଛନ୍ତି। ଏହି କ୍ରମ‌ରେ ଦେଖିବାକୁ ଗଲେ  ୩୬ ବର୍ଷ ବୟସ୍କା ଅଭିନେତ୍ରୀ ନେହା ଶର୍ମା ୨୦୨୪ ଲୋକସଭା  ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ନଥିବା ସତ୍ତ୍ବେ ଦୁଃଖୀ ହୋଇଯାଇଛନ୍ତି। କାରଣ ତାଙ୍କ  ବାପା କଂଗ୍ରେସରୁ ଟିକେଟ ପାଇ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କି ଏହି ସମୟରେ ନେହା ତାଙ୍କ ପିତାଙ୍କ ପାଇଁ ଖୁବ ପ୍ରଚାର କରିଥିଲେ। କିନ୍ତୁ ଦୁଃଖର ବିଷୟ ଅଭିନେତ୍ରୀଙ୍କ ପ୍ରଚାର କାମ ଦେଲା ନାହିଁ । ନେହାଙ୍କ ବାପା ଚଳିତ ନିର୍ବାଚନରେ ପରାଜୟ ହୋଇଯାଇଛନ୍ତି।

    ନେହା ଶର୍ମାଙ୍କ ବାପାଙ୍କ ନାମ ଅଜିତ ଶର୍ମା, ଯିଏକି ୨୦୧୪, ୨୦୧୫ ଏବଂ ୨୦୨୦ରେ ବିହାରର ଭାଗଲପୁର ବିଧାନସଭାରୁ ଜିତିଥିଲେ। ଏଥର ସେ କଂଗ୍ରେସ ପକ୍ଷରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପିତାଙ୍କ ପରାଜୟରେ ନେହା ଦୁଃଖୀ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ବାଜେପେୟୀ ଧୃବୀକରଣ, ଜାତି ଓ ସଂମ୍ପ୍ରଦାୟିକତା ପ୍ରଚାର ନକରିବାକୁ କବିତା ପଢ଼ୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ