Sunday, March 22, 2026
28.1 C
Odisha

    ମୋଦୀ ହିନ୍ଦୁ ନୁହନ୍ତି: ଲାଲୁ ପ୍ରସାଦ ଯାଦବ

    ଆଗକୁ ପଢନ୍ତୁ

    ପାଟଣା: ଆଜିକାଲି ପରିବାରବାଦକୁ ନେଇ ମୋଦୀ ହମଲା କରୁଛନ୍ତି । ପରିବାର ପାଇଁ ଲୋକେ ଲଢୁଛନ୍ତି ବୋଲି କହୁଛନ୍ତି। ହେଲେ ଆପଣଙ୍କ ପାଖରେ ପରିବାର ନାହିଁ । ଆଉ ମୋଦୀଜୀ ଆପଣ ହିନ୍ଦୁ ବି ନୁହନ୍ତି। ଯେତେବେଳେ ଆପଣଙ୍କ ମାଆଙ୍କ ଦେହାନ୍ତ ହେଲା । ହିନ୍ଦୁ ପରମ୍ପରା ଅନୁସାରେ ମାଆ ପାଇଁ କେଶ ଓ ଧାଡି କାଟିବା କଥା, ହେଲେ ଆପଣ କରିଛନ୍ତି କି? ରାମ-ରହିମଙ୍କ ଅନୁଗାମୀ ଦେଶରେ ଘୃଣା ଭାବ ସୃଷ୍ଟି କରୁଛନ୍ତି ।’ ଆଜି ସଭାରେ ଏଭଳି କିଛି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି ଆରଜେଡି ଅଧ୍ୟକ୍ଷ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ।
    ତେବେ ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ବର୍ତ୍ତମାନ ସରଗରମ ହୋଇଛି ବିହାର ରାଜନୀତି। ଆଉ ଏଥିରେ ନିଜେ ମୈଦାନକୁ ଆସିଛନ୍ତି ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ। ବିହାର ମେଣ୍ଟ ଭାଙ୍ଗିବା ପରେ ସେ ପ୍ରଥମ ଥର ପାଇଁ ବିରୋଧୀଙ୍କ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ମେଣ୍ଟ ଭାଙ୍ଗି ଏନଡିଏରେ ସାମିଲ ହୋଇଥିବା ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସେ କଡାରୁ କଡା ସମାଲୋଚନା କରିଛନ୍ତି। ନୀତୀଶ କୁମାର ‘ପଲଟୁରାମ’ ବୋଲି କହି କଟାକ୍ଷ କରିଛନ୍ତି ଲାଲୁ। ତେବେ ସେ କହିଛନ୍ତି, ଯେ ‘ମୁଁ ନୀତୀଶ କୁମାରଙ୍କୁ କେବେ କୌଣସି ଗାଳି, ଗୁଲଜ କରିନାହିଁ । ପ୍ରଥମେ ଯେବେ ସେ ଆମ ସହ ମେଣ୍ଟ ଭାଙ୍ଗି ଥିଲେ, ମୁଁ ଗାଳି ଦେଇ ନଥିଲି କେବଳ ପଲଟୁରାମ କହିଥିଲି। ତାଙ୍କୁ ଆରଜେଡି ସହ ମେଣ୍ଟ ଭାଙ୍ଗିବାର ନଥିଲା। ସେ ଦ୍ୱିତୀୟ ଥର ବଦଳି ଗଲେ ଓ ମୋଦୀଙ୍କ ପାଦ ତଳକୁ ଚାଲିଗଲେ ବୋଲି ନୀତିଶଙ୍କୁ କଟାକ୍ଷ କରି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    30 %
    1.7kmh
    66 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ