Friday, October 16, 2026
22.3 C
Odisha

    ଆଜିଠୁ କୋରାପୁଟରେ ଗଡ଼ିବ ଲକ୍ଷ୍ମୀ ବସ୍

    ଆଗକୁ ପଢନ୍ତୁ

    କୋରାପୁଟ ଜିଲ୍ଲାରେ ଆଜି ଠାରୁ ଗଡ଼ିବ ଲକ୍ଷ୍ମୀ ବସ୍ । ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ଚଳାଚଳ କରିବ ୪୫ଟି ଲକ୍ଷ୍ମୀ ବସ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇସାରିଛି ।ପ୍ରଥମ ପର୍ଯ୍ୟାରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଲକ୍ଷ୍ମୀ ଯୋଜନାରେ ଗ୍ରାମାଞ୍ଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୩ହଜାର ୧୭୮ କୋଟି ଟଙ୍କା। ଅତିରିକ୍ତ ବଜେଟରେ ଯୋଜନା ପାଇଁ ୫୫୬ କୋଟି ଟଙ୍କାର ଅର୍ଥ ବରାଦ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ