Saturday, July 27, 2024
24.6 C
Odisha

    ଓଡ଼ିଶା ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ ଅଟନ୍ତି : ଡ.ଲେଖାଶ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୮/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡିଶାର ବିକାଶ ପାଇଁ ସଂକଳ୍ପବଦ୍ଧ ଅଟନ୍ତି । ଓଡିଶାର ପ୍ରତ୍ୟେକ କ୍ଷେତ୍ର ଯଥା-ଗମନାଗମନ, ପର୍ଯ୍ୟଟନ, ରେଳ, ଯୁବକଙ୍କୁ ନିଯୁକ୍ତି, ଓଡ଼ିଆଙ୍କୁ ଦେଶରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଓଡିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଉଥିବା ୫୯ନମ୍ବର ଜାତୀୟ ରାଜପଥର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ ମୋଦି ସରକାର ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗିବାଡି ସହ ଯୋଡି ହୋଇଥିବା ଏହି ରାସ୍ତାର ପ୍ରଶସ୍ତିକରଣ ଦ୍ୱାରା ନିରାପତା ସୁଦୃଢ଼ ହେବା ସହ ଅନେକ ବିଧାବିଘ୍ନ ଦୂର ହେବ । ଏଥିଲାଗି ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ପରିବହନମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର ଧନ୍ୟବାଦ ଜଣାଇଛନ୍ତି ।
    ଦାରିଙ୍ଗିବାଡି ଘାଟି ସେକ୍ସନ ବର୍ତମାନ ଏକ ସଂକୀର୍ଣ୍ଣ ଚଳାଚଳ ମାର୍ଗ ଏବଂ ଖରାପ ମାନର ଜ୍ୟାମିତିକ ଆକାର ଯୋଗୁଁ ଗାଡି ଚଳାଚଳରେ ବିଭିନ୍ନ ବାଧା ସୃଷ୍ଟି କରୁଛି । ଏହି କାରଣରୁ ପଶ୍ଚିମ ଓଡ଼ିଶାରୁ ଆସୁଥିବା ଲମ୍ବା ଦୂରଗାମୀ ଗାଡିକୁ ୫୯ନମ୍ବର ଜାତୀୟ ରାଜପଥକୁ ଏଡାଇବାକୁ ହେଉଛି । ବିଶେଷ କରି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ପ୍ରଶସ୍ତିକରଣ ଦ୍ୱାରା ରାଜପଥର ମାନ ବୃଦ୍ଧି ପାଇବ, ନିରାପତା ସୁଦୃଢ଼ ହେବ ଏବଂ ୫୯ନମ୍ବର ଜାତୀୟ ରାଜପଥରେ ସମସ୍ତ ପାଣିପାଗରେ ଯୋଗାଯୋଗ ସୁନିଶ୍ଚିତ ହୋଇପାରିବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ