Monday, September 7, 2026
31 C
Odisha

    ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଅତ୍ୟନ୍ତ ଲଜ୍ଜ୍ୟାଜନକ: ଡ.ମୁକେଶ ମହାଲିଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୮/୦୨: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା +୨ ବିଜ୍ଞାନ ପରୀକ୍ଷା ଚାଲିଛି କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ଯେ, ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ତ୍ରୁଟି ଏବଂ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ପ୍ରସଙ୍ଗରେ ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ଅଭିଯୋଗକୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ସ୍ୱୀକାର କରିଛନ୍ତି । ସବୁଠୁ ବଡ କଥା ହେଲା, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ନିଜର ଦୋଷ, ଦୁର୍ବଳତାକୁ ଲୁଚାଇବା ପାଇଁ ଯେଉଁ ଛାତ୍ରଛାତ୍ରୀ ଏହି ପ୍ରଶ୍ନର ଉତର ଦେଇଛନ୍ତି କେବଳ ସେମାନଙ୍କୁ ୧୯ ଗ୍ରେସ ମାର୍କ ଦେବାକୁ ଏକପାଖିଆ ନିଷ୍ପତି ନେଇଛନ୍ତି । ଅନ୍ୟପଟେ ଭୁଲ ପ୍ରଶ୍ନ ଥିବାରୁ ତାହାର ଉତର ଦେଇ ଅଯଥା ସମୟ ନଷ୍ଟ ନକରି ଉକ୍ତ ପ୍ରଶ୍ନକୁ ଏଡାଇ ଦେଇ ଯାଇଥିବା ଏକ ବୃହତର ପରୀକ୍ଷାର୍ଥୀ ବର୍ଗ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଏହି ଅନ୍ୟାୟ ଏବଂ ଏକଚାଟିଆ ନିଷ୍ପତି ଦ୍ୱାରା ମାନସିକ ଯନ୍ତ୍ରଣା ଗ୍ରସ୍ତ ହେଉଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଅକ୍ଷମଣୀୟ ଅପରାଧର ଶିକାର ନୀରିହ ପରୀକ୍ଷାର୍ଥୀ ହେଉଛନ୍ତି । ବିଜେଡି ସରକାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଦସ୍ୟ ତଥା ବିଧାୟକ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ।
    ଏହିପରି ପୂର୍ବରୁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଅଧିନରେ ଅନେକ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ଯୋଗୁଁ ବା ସଠିକ୍ ଉତର ଦେଇ ପରୀକ୍ଷକଙ୍କ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଓ ନିଯୁକ୍ତି ପରୀକ୍ଷାର ପରୀକ୍ଷାର୍ଥୀ ତାଙ୍କ ନ୍ୟାର୍ଯ ଅଧିକାରରୁ ବଂଚିତ ରହିଛନ୍ତି । ଅନେକ ନ୍ୟାୟ ପାଇବା ପାଇଁ କୋର୍ଟରେ ଦ୍ୱାରସ୍ତ ହୋଇ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ମଧ୍ୟ ହୋଇଛନ୍ତି । ପ୍ରଥମ କଥା ହେଲା, ପ୍ରଶ୍ନପତ୍ର ପ୍ରସ୍ତୁତି ବେଳେ ପରିଷଦ ପକ୍ଷରୁ ବ୍ୟାପକ ତ୍ରୁଟି କରାଯାଇଛି । ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ସହ ସିଲାବସ୍ ବାହାରୁ ପ୍ରଶ୍ନ ପକାଇ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସରକାର ଖେଳ ଖେଳିଛନ୍ତି । ଯେତେବେଳେ କୌଣସି ପ୍ରଶ୍ନପତ୍ର ତ୍ରୁଟି କିମ୍ବା ସିଲାବସ ବାହାର ପ୍ରଶ୍ନ ଆସିଥାଏ, ସେଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସମାନ “ଗ୍ରେସ ମାର୍କ”ଦେବାର ପୂର୍ବରୁ ଅନେକ ଉଦାହରଣ ରହିଛି । ବର୍ତମାନର ନବୀନ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ବାରମ୍ବାର ଏହାର ଉଲଘଂନ କରୁଛି । ନିଜ ଭୁଲକୁ ଲୁଚାଇବା ପାଇଁ ନିରୀହ ଛାତ୍ରଛାତ୍ରୀ ତଥା ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଦୋଷ ଅଠା ବୋଳି ଦେଉଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଭୁଲ୍ ପ୍ରଶ୍ନର ଉତର ଦେଇନାହାନ୍ତି ତାହାକୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ କିଭଳି ଅଣଦେଖା କରିପାରୁଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ପରିଷଦର ତ୍ରୁଟି ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସମାନ ନ୍ୟାୟରେ “ଗ୍ରେସ ମାର୍କ” ମିଳୁ ଏବଂ ସରକାର ବା ପରିଷଦର ଏ ଅକ୍ଷମଣୀୟ ତ୍ରୁଟି ପାଇଁ କେହି ବି ଜଣେ ପରୀକ୍ଷାର୍ଥୀ ନିଜ ଅଧିକାରରୁ ବଂଚିତ ନହୁଅନ୍ତୁ । ଦୋଷୀଙ୍କ ବିରୋଧରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଧାୟକ ଡ. ମହାଲିଙ୍ଗ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31 ° C
    31 °
    31 °
    62 %
    3.3kmh
    67 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ