ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି ଓ ଜିଲ୍ଲା ପ୍ରଶାସନର ଅପାରଗତା ଜଳଜଳ ହୋଇ ଦେଖାଦେଉଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଗଲେ ହେଲେ ଜିଲ୍ଲା ପ୍ରଶାସନ ତାଙ୍କୁ ଇ-ଭେଇକିଲ ଯୋଗାଇ ପାରିଲାନି । ଯେଉଁଥିଲାଗି ମୁଖ୍ୟମନ୍ତ୍ରୀ ବିଷୋଦଗାର କଲେ । ମୁଖ୍ୟମନ୍ତ୍ରୀ ଦହିବରା ଖାଇଲେ ହେଲେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ କହିଲେନି । ରାଜ୍ୟରେଡବଲ ଇଞ୍ଜିନ୍ ଅକାମୀ’ । ବାଲିଯାତ୍ରାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଟାକ୍ଷ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ଖାଲି ସେତିକି ନୁହେଁ , ଲେନିନ୍ ଆହୁରି ମଧ୍ୟ କହିଛନ୍ତି, ‘ ମୁଖ୍ୟମନ୍ତ୍ରୀ କବି ଭାବେ କହିଲେ , ନ ଯା ନ ଯା ଗୋରୀ ବାଲିଯାତ୍ରା ଦେଖି, ତୋ ଗୋରା ଦେହେ ଲାଗିଯିବ କାଳେ ନଜର ଲାଖି । ତାମାନେ କ’ଣ ମୁଖ୍ୟମନ୍ତ୍ରୀର ଗୋରୀ ଝିଅଙ୍କ ପ୍ରତି ଦୁର୍ବଳତା ଅଛି? କଟକ ଜିଲ୍ଲାପାଳ ଓ ଏସପି ସରକାରଙ୍କ ଚାଟୁକାର ସାଜିଛନ୍ତି। ଆମ ପାଖେ ତଥ୍ୟ ଅଛି ବିଜେପି ନେତାଙ୍କ ଛଡା ଅନ୍ୟ କାହାରିକୁ ଚଢାଇ ନଦେବା ପାଇଁ। ବାଲିଯାତ୍ରାରେ କଟକ ସଦର ବିଧାୟକ ପ୍ରକାଶ ବେହେରା ବିକୃତ ଇଂରାଜୀରେ ଭାଷଣ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା’?