Monday, March 30, 2026
36.2 C
Odisha

    ଲୋକସଭା ନିର୍ବାଚନ: ଘରୋଇ ବିମାନ ଓ ହେଲିକପ୍ଟଟର ଚାହିଦା ୪୦% ବୃଦ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରାଜନେତା ଓ ରାଜନୈତିକ ଦଳର ପ୍ରତିନିଧିମାନେ ଦେଶବ୍ୟାପୀ ପ୍ରଚାର କରୁଥିବାରୁ ଚାର୍ଟାର୍ଡ ବିମାନ ଓ ହେଲିକପ୍ଟଟର ଚାହିଦା ୪୦ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଅପରେଟରମାନେ ୧୫ରୁ ୨୦ ପ୍ରତିଶତ ଅଧିକ ରୋଜଗାର କରିବେ ବୋଲି ଶିଳ୍ପ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
    ଚାର୍ଟାର୍ଡ ବିମାନ ସେବା ପାଇଁ ଘଣ୍ଟା ପ୍ରତି ଦର ମଧ୍ୟ ବୃଦ୍ଧି ପାଇଛି। ଗୋଟିଏ ବିମାନ ପାଇଁ ପ୍ରାୟ ସାଢ଼େ ୪ରୁ ୫.୨୫ ଲକ୍ଷ ଟଙ୍କା ଏବଂ ଟ୍ଵିନ୍‌ ଇଞ୍ଜିନ୍‌ ହେଲିକପ୍ଟଟର ପାଇଁ ପ୍ରାୟ ୧.୫ରୁ ୧.୭ ଲକ୍ଷ ଟଙ୍କା ଶୁଳ୍କ ଲାଗୁ ହେବ।
    ସାଧାରଣ ସମୟ ଓ ପୂର୍ବ ନିର୍ବାଚନ ବର୍ଷ ତୁଳନାରେ ଚଳିତ ନିର୍ବାଚନରେ ଚାହିଦା ବୃଦ୍ଧି ପାଇଥିବା ବେଳେ ଫିକ୍ସଡ ୱିଙ୍ଗ୍‌ ଏୟାରକ୍ରାଫ୍‌ଟ ଓ ହେଲିକପ୍ଟଟରର ସଂଖ୍ୟା କମ୍‌ ରହିଛି। କିଛି ଅପରେଟର ବିମାନ ଓ ହେଲିକପ୍ଟଟରକୁ ଲିଜ୍‌ରେ ନେବାକୁ ଚାହୁଁଛନ୍ତି।

    ସାଧାରଣ ସମୟ ତୁଳନାରେ ନିର୍ବାଚନ ସମୟରେ ହେଲିକପ୍ଟଟରର ଚାହିଦା ୨୫ ପ୍ରତିଶତ ଅଧିକ ରହିଛି।। ଚାହିଦା ତୁଳନାରେ ଯୋଗାଣ କମ୍‌ ରହିଛି ବୋଲି ରୋଟାରି ୱିଙ୍ଗ୍‌ ସୋସାଇଟି ଅଫ୍‌ ଇଣ୍ଡିଆ (ଆରଡବ୍ଲ୍ୟୁଏସ୍‌ଆଇ)ର ସଭାପତି (ପଶ୍ଚିମାଞ୍ଚଳ) କ୍ୟାପଟେନ୍‌ ଉଦୟ ଗେଲି କହିଛନ୍ତି।
    ସାଧାରଣତଃ ରାଜନୈତିକ ଦଳମାନେ ନିଜ ପ୍ରାର୍ଥୀ ଓ ନେତାଙ୍କ ପାଇଁ ହେଲିକପ୍ଟଟର ବ୍ୟବହାର କରି କମ୍‌ ସମୟ ମଧ୍ୟରେ ବିଶେଷ କରି ଦୁର୍ଗମ ଅଂଚଳରେ ପହଞ୍ଚିଥାନ୍ତି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ବଡ଼ ରାଜ୍ୟରେ ହେଲିକପ୍ଟଟରର ବ୍ୟବହାର ଅଧିକ ଦେଖିବାକୁ ମିଳୁଛି।

    ବିଜିନେସ୍‌ ଏୟାରକ୍ରାଫ୍‌ଟ ଅପରେଟର୍ସ ଆସୋସିଏସନ୍‌ (ବିଏଓଏ)ର ପରିଚାଳନା ନିର୍ଦେଶକ କ୍ୟାପ୍ଟେଟ୍‌ ଆର୍‌ କେ ବାଲି କହିଛନ୍ତି ଯେ ପୂର୍ବ ସାଧାରଣ ନିର୍ବାଚନ ତୁଳନାରେ ଚାର୍ଟର୍ଡ ବିମାନର ଚାହିଦା ୩୦ରୁ ୪୦ ପ୍ରତିଶତ ଅଧିକ ରହିଛି।

    ଚାର୍ଟାର୍ଡ ବିମାନ ପାଇଁ ବୁକିଂ ଆଗୁଆ ହୋଇସାରିଛି ଏବଂ ଅପରେଟରମାନେ ବିମାନର ସର୍ବାଧିକ ବ୍ୟବହାର ଖୋଜୁଛନ୍ତି। ଯୋଗାଣ ଏବଂ ଚାହିଦା ମଧ୍ୟରେ ସର୍ବଦା ବ୍ୟବଧାନ ରହିଥାଏ। ଚାହିଦା ପୂରଣ କରିବା ପାଇଁ କିଛି ସଂସ୍ଥା ବିମାନ ଓ ହେଲିକପ୍ଟଟର ଲିଜ୍‌ରେ ଆଣିିବାକୁ ଚାହୁଁଛନ୍ତି ବୋଲି ବାଲି କହିଛନ୍ତି।

    ହେଲିକପ୍ଟଟର ବ୍ୟବହାର ପାଇଁ ଘଣ୍ଟା ପ୍ରତି ଶୁଳ୍କ ଆଦାୟ କରାଯାଏ ଏବଂ ଅପରେଟରମାନେ ସାଧାରଣତଃ ସେହି ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦିନ ଏବଂ ପ୍ରତିଦିନ ସର୍ବନିମ୍ନ ସଂଖ୍ୟକ ଉଡ଼ାଣ ସମୟ ପାଇଁ ରାଜନୈତିକ ଦଳମାନଙ୍କ ଦ୍ୱାରା ବୁକିଂ କରିବାକୁ ଜୋର ଦିଅନ୍ତି। ସାଧାରଣତଃ ସିଙ୍ଗଲ ଇଞ୍ଜିନ ହେଲିକପ୍ଟଟର ପାଇଁ ଘଣ୍ଟାପ୍ରତି ଦର ପ୍ରାୟ ୮୦ରୁ ୯୦ ହଜାର ଟଙ୍କା ଥିବା ବେଳେ ଟ୍ଵିନ୍‌ ଇଞ୍ଜିନ୍‌ ହେଲିକପ୍ଟଟ ପାଇଁ ଏହା ପ୍ରାୟ ଦେଢ଼ରୁ ୧.୭ ଲକ୍ଷ ଟଙ୍କା ରହିଛି। ନିର୍ବାଚନ ସମୟରେ ସିଙ୍ଗଲ ଇଞ୍ଜିନ୍‌ ହେଲିକପ୍ଟଟର ପାଇଁ ଦେଢ଼ ଲକ୍ଷ ଟଙ୍କା ଏବଂ ଟ୍ଵିିନ୍‌ ଇଞ୍ଜିନ୍‌ ହେଲିକପ୍ଟଟ ପାଇଁ ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦର ଅଧିକ ରହିଛି ବୋଲି ଗେଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    23 %
    1.8kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ