Wednesday, March 18, 2026
22.7 C
Odisha

    ଆଉ ୫ ବର୍ଷ ବଢିଲା ଏଲଟିଟିଇ ଉପରେ ନିଷେଧାଜ୍ଞା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲ୍ଟିଟିଇ) ଭାରତରେ, ବିଶେଷ କରି ତାମିଲନାଡୁରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେବା ଏବଂ ଏହାର ସମର୍ଥନ ଭିତ୍ତିଭୂମି କୁ ବିସ୍ତାର କରିବା ଜାରି ରଖିଥିବାରୁ କେନ୍ଦ୍ର ସରକାର ମଙ୍ଗଳବାର ଏହା ଉପରେ ଲାଗିଥିବା ନିଷେଧାଦେଶକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।

    କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୬୭ର ଧାରା ୩ର ଉପଧାରା (୧) ଏବଂ (୩) ପ୍ରୟୋଗ କରି ଏହି ନିଷେଧାଦେଶ ଜାରି କରିଥିଲା। ଏକ ବିଜ୍ଞପ୍ତିରେ ଗୃହ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାରଙ୍କ ମତ ହେଉଛି ଯେ ଏଲଟିଟିଇ ରାଜ୍ୟର ଅଖଣ୍ଡତା ଏବଂ ନିରାପତ୍ତା ପ୍ରତି ପ୍ରତିକୂଳ କାର୍ଯ୍ୟକଳାପ ଜାରି ରଖିଛି।

    ମେ ୨୦୦୯ରେ ଶ୍ରୀଲଙ୍କାରେ ଏଲଟିଟିଇର ପରାଜୟ ଓ ଏହାର ମୁଖ୍ୟ ଭେଲୁ ପିଲାଇ ପ୍ରଭାକରନଙ୍କ ମୃତ୍ୟୁପରେ ମଧ୍ୟ ଏଲଟିଟିଇ ‘ଇଲମ୍’ (ତାମିଲମାନଙ୍କ ପାଇଁ ଏକ ଅଲଗା ଦେଶ) ଲକ୍ଷ୍ୟକୁ ତ୍ୟାଗ କରିନାହିଁ ଏବଂ ପ୍ରଚାର କାର୍ଯ୍ୟକଳାପ ଏବଂ ପାଣ୍ଠି ସଂଗ୍ରହ ମାଧ୍ୟମରେ ଗୁପ୍ତଭାବରେ ‘ଇଲମ୍’ ପାଇଁ କାମ କରୁଛି।

    ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଅବଶିଷ୍ଟ ଏଲଟିଟିଇ ନେତା କିମ୍ବା କ୍ୟାଡର ମଧ୍ୟ ବିଚ୍ଛିନ୍ନ କ୍ୟାଡରମାନଙ୍କୁ ପୁନର୍ଗଠନ କରିବା ଏବଂ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଂଗଠନକୁ ପୁନରୁଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ