Thursday, October 16, 2025
21.6 C
Odisha

    ଶ୍ରୀକ୍ଷେତ୍ରରେ ମହାକାର୍ତ୍ତିକ ବ୍ରତ: ୪ଟି ଶିବିରରେ ରହି ବ୍ରତ ପାଳନ କରୁଛନ୍ତି ହବିଷିଆଳୀ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀକ୍ଷେତ୍ରରେ ହବିଷିଆଳୀଙ୍କ ମହାକାର୍ତ୍ତିକ ବ୍ରତ । ପଞ୍ଚ ପୁଷ୍କରିଣୀରେ ସ୍ନାନ କରି ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ୍ୟ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷିଆଳୀ । ରାଜ୍ୟ ସରକାରଙ୍କ ହବିଷିଆଳୀ ଯୋଜନାରେ ପୁରୀରେ ୪ଟି ଶିବିରରେ ରହି ହବିଷିଆଳୀମାନେ ବ୍ରତ ପାଳନ କରୁଛନ୍ତି । ସଂସାର ତଥା ପରିବାରର ମଙ୍ଗଳ ମନାସୀ ମହାପ୍ରଭୁଙ୍କୁ ଆଶିଷ ଭିକ୍ଷା କରିଛନ୍ତି । କାର୍ତ୍ତିକ ମାସ ସାରା ଏକ ଓଳି ହବିଷାନ୍ନ ଖାଇ ବ୍ରତ ପାଳନ କରିବେ ହବିଷିଆଳୀ ।

    ଏଥିସହ କାର୍ତ୍ତିକ ପୁରାଣ ପାଠ କରିବେ । ଏହି ମାସରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ କରାଯାଇଥାଏ । ହବିଷ୍ୟାଳୀ ମା ମାନଙ୍କ ମହାପ୍ରଭୁଙ୍କୁ ଦର୍ଶନ, ପୂଜନ, ଭଜନ, କୀର୍ତନ ଆଦି ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଗହଳିକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁମାନେ କେବଳ ଶ୍ରୀମନ୍ଦିର ସିଂହ ଦ୍ଵାର ଏବଂ ପଶ୍ଚିମ ଦ୍ଵାରରେ ପ୍ରବେଶ କରିବେ ଅନ୍ୟ ଦ୍ଵାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.6 ° C
    21.6 °
    21.6 °
    86 %
    1.3kmh
    38 %
    Wed
    22 °
    Thu
    29 °
    Fri
    29 °
    Sat
    29 °
    Sun
    29 °

    ସମ୍ବନ୍ଧିତ