Friday, September 11, 2026
27.3 C
Odisha

    ରାଜନୈତିକ ସଂକଟ ଭିତରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଏକନାଥ ସିନ୍ଦେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ଏବେ ଏକ ରହସ୍ୟ ପାଲଟିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଶିବସେନା ମୁଖ୍ୟ ଏକନାଥ ସିନ୍ଦେ। ନିକଟରେ ସେ ଅସୁସ୍ଥ ଥିବାର କାରଣରୁ ନିଜ ଗାଁକୁ ପଳାଇଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲଖିତ ‌ନହେବାରୁ ତାଙ୍କୁ ଥାନେର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ସୂତ୍ରରୁ ପ୍ରକାଶ ଯେ ପୂର୍ବ ସପ୍ତାହରୁ ଶିବସେନା ନେତା ଏକନାଥ ସିନ୍ଦେ ଗଳା ସଂକ୍ରମଣ ଏବଂ ଜ୍ୱରରେ ପୀଡିତ ଥିଲେ। ଲକ୍ଷଣଗୁଡିକର କ୍ରମାଗତ ପ୍ରକୃତିକୁ ବିଚାର କରି ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟର ଏକ ବିସ୍ତୃତ ଯାଞ୍ଚ ପାଇଁ ପରାମର୍ଶ ଦେଇଥିଲେ।

    ଡାକ୍ତରଖାନା ଗସ୍ତ ପରେ ସିନ୍ଦେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଗଣମାଧ୍ୟମର ପ୍ରଶ୍ନକୁ ସାମ୍ନା କରି କହିଛନ୍ତି, ‘ବଢ଼ିଆ ଅଛି’। ଅର୍ଥାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି।

    ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ବିପୁଳ ବିଜୟ ମିଳିବାର ଆଜିକୁ ଠିକ୍‌ ୧୧ ଦିନ ହୋଇଗଲା। ୧୧ ଦିନ ବିତିଯାଇଥିଲେ ବି ମହାରାଷ୍ଟରେ ଏଯାବତ୍‌ ସରକାର ଗଠନ ହୋଇପାରିନି।  ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଘୋଷଣା କରିଦେଇଛି। କିନ୍ତୁ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ‌ମହାୟୁତି ମେଣ୍ଟ ମଧ୍ୟରେ ଅଡ଼ୁଆ ଛିଡ଼ୁନି। ମହାରାଷ୍ଟ୍ର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥ ଥିବାରୁ ସେ ଗତକାଲି ମହାୟୁତି ନେତାମାନଙ୍କର ବୈଠକକୁ ବାତିଲ କରିଦେଇଥିଲେ।

    ମିଳିଥିବା ସୂଚନାନୁଯା‌ୟୀ ଗଳା ସଂକ୍ରମଣ ଏବଂ ଜ୍ବର ହେତୁ ସିନ୍ଦେ ତାଙ୍କ ବୈଠକ ବାତିଲ ଘୋଷଣା କରିଥିଲେ। ସିନ୍ଦେ ରବିବାର ଅପରାହ୍ନରେ ଥାନେରେ ପହଞ୍ଚିବା ସତ୍ତ୍ବେ ସେ ବୈଠକ କରିନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ