Tuesday, March 31, 2026
35.4 C
Odisha

    ଗାଁ ଗାଁକୁ ଯାଇ ମୋଦିଜୀଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବ ବିଜେପି: ମହେଶ୍ୱର ସାହୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୮/୦୨: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ‘ଗ୍ରାମ ପରିକ୍ରମା ଯାତ୍ରା’ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃୟାରୀ ୧୨ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଜୀ ଭିଡିଓ କନଫରେନ୍ସି ମାଧ୍ୟମରେ କୃଷକମାନଙ୍କୁ ଉଦ୍‌ବୋଧନ ଦେବେ । ଏହି କାର୍ଯ୍ୟକ୍ରମ ଜରିଆରେ କୃଷକମୋର୍ଚ୍ଚା ଓଡ଼ିଶାର ୨୦ହଜାର ଗାଁକୁ ଯିବ ଏବଂ ନରେନ୍ଦ୍ର ମୋଦିଜୀଙ୍କ ଶାସନ କାଳରେ କୃଷକ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପହଂଚାଇବେ । ଏହି କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ଚାଲିବ । ଆଜିର ବୈଠକରେ ୩୬ଟି ସାଂଗଠନିକ ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାରୀ ସଂଯୋଜକ ଉପସ୍ଥିତ ଥିଲେ । ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମର ଆବାହକ ଭାବରେ ଶ୍ରୀ ସାହୁ ୭ଜଣିଆ କମିଟି ଘୋଷଣା କରିଛନ୍ତି ।
    ଗୋ ମାତା, ହଳ ଲଙ୍ଗଳ ଓ କୃଷି ଯନ୍ତ୍ରପାତି ଇତ୍ୟାଦି ପୂଜାରୁ “ଗ୍ରାମ ପରିକ୍ରମା ଯାତ୍ରା” ଶୁଭାରମ୍ଭ ଆରମ୍ଭ କରାଯିବ । ଯାତ୍ରା ମାଧ୍ୟମରେ କୃଷକ, କୃଷି ଶ୍ରମିକ ଗତ ୧୦ବର୍ଷର ଶାସନରେ ମୋଦି ସରକାର କୃଷକଙ୍କ ହିତ ପାଇଁ ସବୁ ଗ୍ୟାରେଂଟି ଯୋଜନାର ଚର୍ଚ୍ଚା ହେବ । ଏମାନଙ୍କୁ ମୋଦିଜୀଙ୍କ ସଂକଳ୍ପ ପତ୍ର ଦିଆଯିବ ଓ ସେମାନଙ୍କ ସମ୍ପର୍କରେ ଜଣାଯିବ । ଏହାପରେ ଘର ଘର ବୁଲି ଯୋଜନାର ଚିଠା ବିତରଣ କରାଯିବ । ପ୍ରତ୍ୟେକ ଦିନ ଗୋଟିଏ ଜିଲ୍ଲାର ୫ଟି ଗାଁରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
    ସାଂସଦ, ବିଧାୟକ, ନିର୍ବାଚିତ ପ୍ରତିନିଧି, ବିଜେପି ମଣ୍ଡଳ ଅଧ୍ୟକ୍ଷ, ଜିଲ୍ଲା ପଦାଧିକାରୀ, ସେବାନିଯୁକ୍ତ କର୍ମଚାରୀ, ଓକିଲ, ଡାକ୍ତର, ପୂର୍ବତନ ସୈନିକ, ବରିଷ୍ଠ ବିଜେପି କୃଷକମୋର୍ଚ୍ଚା କାର୍ଯ୍ୟକର୍ତା, ଗ୍ରାମ ପଂଚାୟତର ବରିଷ୍ଠ ତଥା ପ୍ରଭାବଶାଳୀ ବିଶିଷ୍ଟ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଜଳ ସଂରକ୍ଷଣ, ଗ୍ରାମରେ ଡିଜିଟାଲର ପ୍ରସାରଣ, ସ୍ୱଚ୍ଛତା ଅଭିଯାନ, ଲୋକାଲ ପର ଭୋକାଲ, ପର୍ଯ୍ୟଟନ ବୃଦ୍ଧି, ଜୈବିକ କ୍ଷେତ୍ରକୁ ଜାଗରଣ କରିବା, ବାଜରା ପ୍ରଚାର କଲେ ଆୟ ଦ୍ୱିଗୁଣିତ ହେବ, ଗ୍ରାମୀଣ ଖେଳ ଓ ଫିଟ୍‌ନେସ୍ ଉପରେ ଗୁରୁତ୍ୱ, ଆର୍ôଥକ ରୂପରେ ବଂଚିତଙ୍କୁ ସାହାର୍ଯ୍ୟ କରିବା ଇତ୍ୟାଦି ୯ଟି ସଂକଳ୍ପ ନେଇଥିଲେ, ଯାହାକୁ ଆଜି ମୋଦିଜୀ କରି ଦେଖାଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୃଷି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥା ପ୍ରୋତ୍ସାହିତ କରୁଛନ୍ତି । ଫଳରେ ଆଜିର କୃଷକ ସମୃଦ୍ଧ ଓ ଗ୍ରାମୀଣ ଭାରତ ସଶକ୍ତ ହୋଇପାରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।
    ଏହି ବୈଠକରେ ବିଜେପି କୃଷକମୋର୍ଚ୍ଚା ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ସ୍ୱାଇଁ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ଜେନା, ସୂର୍ଯ୍ୟନାରାୟଣ ମହାପାତ୍ର, ମନୋଜ ସାହୁ, ପ୍ରଦୀପ ପଣ୍ଡା, ବିକ୍ରମକେଶରୀ ରାଉତରାୟ, ଉପେନ୍ଦ୍ର ରାଉଳ, ପାଣ୍ଡବ ଧଳ, ଶ୍ରୀଧର ପ୍ରଧାନ, କେଶରୀ ଦୁର୍ଗା, ପ୍ରଶାନ୍ତ ସ୍ୱାଇଁ, ବିକାଶ ପାଢ଼ୀ, ତାପସ ଜେନା, କୃଷକମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ସଭାପତି ବିକ୍ରମ ପ୍ରଧାନ, ଅଶୋକ କୁମାର ରଥ, ହୃଷିକେଶ ଜେନା, ରତିକାନ୍ତ ରାଜବଂଶୀ, ବିପିନ ଦାସ, ଦୁର୍ଯ୍ୟଧନ ଲେଙ୍କା, ସନ୍ତୋଷ କୁମାର ରାଉତ, ସୁଦର୍ଶନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ