Wednesday, March 18, 2026
31.9 C
Odisha

    ମୋଦୀଙ୍କ କାମକୁ ନେଇ ମହିମାଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ହିତ ପାଇଁ ଯେଭଳି ଭାବେ ଯୋଜନାମାନ ଆଣୁଛନ୍ତି, ଦେଶ ପାଇଁ କାମ କରୁଛନ୍ତି ତାହା ପିଲା ଠାରୁ ବୃଦ୍ଧ ସମସ୍ତେ ଜାଣିଛନ୍ତି। ଏଭଳି କାମ ପାଇଁ ମୋଦୀଙ୍କୁ ଦେଶ ତଥା ଦେଶ ବାହାରେ ବି ପ୍ରଶଂସା କରାଯାଉଛି। ଅନେକ ସମୟରେ ବଲିଉଡ ଷ୍ଟାରମାନେ ମୋଦୀଙ୍କ କାମକୁ ନେଇ ଖୁବ ଖୁସି ହେବା ସହିତ ବିଭିନ୍ନ ପ୍ରକାର ପୋଷ୍ଟ ସେୟାର କରିଥାଆନ୍ତି।ଏହି କ୍ରମରେ ଦେଖିବ‌ାକୁ ଗଲେ ନିକଟରେ ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁରିଭୁରି ପ୍ରଶଂସା କରି କହିଛନ୍ତି, ‘ସାର ଆପଣ ଖୁବ ସୁନ୍ଦର ଭାବେ ଦେଶକୁ ଚଲାଉଛନ୍ତି। ଆପଣଙ୍କ ପରିଶ୍ରମ ଓ ଉଦ୍ୟମ ପାଇଁ ବିଦେଶରେ ଆମର ସମ୍ମାନ ବୃଦ୍ଧି ପାଇଛି। ଆମର ଭିତ୍ତିଭୂମି ବୃଦ୍ଧି ପାଉଛି । ଆର୍ଥିକ ଦୃଷ୍ଟିରୁ ବି ପୂର୍ବ ଅପେକ୍ଷା ଆମେ ଅଧିକ ଶକ୍ତିଶାଳୀ ହୋଇଉଠିଛୁ।ଆମ ଦେଶରେ ଖୁବ ଶାନ୍ତି ରହିଛି। ଅନ୍ୟ ଦେଶ ଭଳି ଝଗଡ଼‌ା, ହିଂସା ଲାଗି ରହି ନାହିଁ। ଏହାର ସମସ୍ତ ଶ୍ରେୟ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେବି। ସେ ଯେଉଁଭଳି ଭାବେ ସଂଘର୍ଷ କରି ଆଗକୁ ବଢ଼ିଛନ୍ତି ବା ବଢ଼ୁଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଏଭଳି ପରିଣତ ବୟସରେ ୨୪ଘଣ୍ଟା କାମ କରି ବି ମୋଦୀ ଥକି ପଡ଼ୁ ନାହାନ୍ତି। ସମୟ ସମୟରେ ମୁଁ କାମ କରିକରି ଥକି ପଡ଼ିଲେ ମୋଦୀଙ୍କ କାମ କରିବାର ଧୈର୍ଯ୍ୟକୁ ଦେଖି ପୁଣି ସଜାଗ ହୋଇ ଉଠେ ଓ ମୋ କାମକୁ ଆଗେଇ ନିଏ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ