Saturday, April 4, 2026
25.6 C
Odisha

    ମାଲକାନଗିରିକୁ ବିମାନସେବା ଏକ ଅବିଶ୍ୱସନୀୟ ସ୍ବପ୍ନ ଥିଲା: କାର୍ତିକ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଶ୍ୱାସକରି ହେଉ ନ ଥିବା ଭଳି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ସାକାର କରନ୍ତି। ମଙ୍ଗଳବାର ମାଲକାନଗିରି, ନବରଙ୍ଗପୁର ଜିଲାର ରାଇଘର ଏବଂ କୋରାପୁଟ ଜିଲାର ଲକ୍ଷ୍ମୀପୁରଠାରେ ଆୟୋଜିତ ସାଧାରଣ ସଭାରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି ଲକ୍ଷ୍ମୀ ଯୋଜନା ଅବିଭକ୍ତ କୋରାପୁଟ ଜିଲାର ମାଲକାନଗିରିରୁ ହିଁ ଏହି ସବୁ ଯୋଜନାର ଶୁଭାରମ୍ଭ କରିଛନ୍ତି। ମାଲକାନଗିରିକୁ ଗତ ୯ ମାସ ଭିତରେ ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪ ହଜାର ୫ କୋଟି ଓ ଏହି ପ୍ରକଳ୍ପ ଛଡ଼ା ମାଲକାନଗିରିର ଅନ୍ୟାନ୍ୟ ଉନ୍ନୟନମୂଳକ କାମ ପାଇଁ ୭୮୬ କୋଟି ଅନୁଦାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲାକୁ ୪୫୦କୋଟି ଏବଂ କୋରାପୁଟ ଜିଲାକୁ ୪୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେବଳ ସେତିକି ନୁହେଁ କୋରାପୁଟ ଏବଂ ନବରଙ୍ଗପୁର ଜିଲାର ବିଭିନ୍ନ ସ୍ଥାନରେ ୬ଟି ଡିଗ୍ରୀ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ସବୁ କଲେଜରେ ଚଳିତ ବର୍ଷଠାରୁ ପାଠପଢ଼ା ଆରମ୍ଭ ହେବ।
    ମାଲକାନଗିରିଠାରେ ବିମାନସେବାର ଉଦ୍‌ଘାଟନ ଅବସରରେ ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲାକୁ ବହୁତ ଭଲ ପାଆନ୍ତି। ଗତ ମାର୍ଚ୍ଚରେ ସେ ମାଲକାନଗିରି ଗସ୍ତ କରିଥିବା ବେଳେ ଲୋକଙ୍କଠାରୁ ୮୫୦ଟି ଦରଖାସ୍ତ ଗ୍ରହଣ କରିଥିଲେ। ସେଥିରୁ ଇତିମଧ୍ୟରେ ୮୨୦ ଦରଖାସ୍ତ ଉପରେ ପଦକ୍ଷେପ ନିଆଯାଇଛି ଓ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ସେସବୁ କାମ ଚାଲିଛି। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୧୬କୋଟି ଟଙ୍କା ଅନୁମୋଦନ କରାଯାଇଛି।
    ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ଦୀର୍ଘଦିନ ଧରି ଦାବି ହେଉଥିଲା। ପ୍ରକଳ୍ପ ପାଇଁ ୪ ହଜାର ୫କୋଟି ଟଙ୍କା ମଞ୍ଜୁର ହୋଇଛି। ଡିପିଆର୍‌ ପ୍ରସ୍ତୁତ ହୋଇଥିବା ବେଳେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ମାଛକୁଣ୍ଡ ନଦୀ ଉପରେ ଦେଶୀଗୁଡ଼ା ଯନ୍ତ୍ରୀ ରାସ୍ତାରେ ସେତୁ ପାଇଁ ୪୦ କୋଟି, କୁମୁଟୁପୁଡ଼ା ନଦୀ ଉପରେ ଦାନାବେଡ଼ା ରାସ୍ତାରେ ସେତୁ ପାଇଁ ୨୭କୋଟି, କାଳିଆଘର ନାଳ ଉପରେ ଯନ୍ତ୍ରୀ ରାସ୍ତାରେ ସେତୁ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ମାଲକାନଗିରି ଜିଲା ପାଇଁ ମୁଖ୍ୟମନ୍ତ୍ରୀ ମୋଟ୍‌ ୪ହଜାର ୧୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜିଲାରେ ଆହୁରି ଅଧିକ ଲକ୍ଷ୍ମୀବସ୍‌ ଚଲାଇବା ପାଇଁ ହେଉଥିବା ଦାବି ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    60 %
    1.8kmh
    84 %
    Sat
    28 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ