Wednesday, April 1, 2026
38.7 C
Odisha

    ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର କୋରାପୁଟ ଓ ମାଲକାନଗିରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଶ୍ରୀ ମାଝୀ ସମଗ୍ର ଜିଲ୍ଲାରେ ବର୍ଷା ପରର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। କେଉଁ ନଦୀରେ ଜଳସ୍ତର ବଢ଼ିଛି। କେଉଁକେଉଁ ଅଂଚଳ କେତେ ପ୍ରଭାବିତ ହୋଇଛି। କେଉଁଠି ଘର ଭାଙ୍ଗିଛି, କେତେ ଗଛ ଉପୁଡ଼ିଛି। ସେ ସବୁର ତଥ୍ୟ ନେଇଛନ୍ତି।

    ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ରାଜ୍ୟର ଲଗାଣ ବର୍ଷା ଓ ବନ୍ୟାର ସମୀକ୍ଷା କରିଛନ୍ତି। ରାଜୀବ ଭବନସ୍ଥିତ ଏସଆରସି କାର୍ଯ୍ୟାଳୟରେ ମନ୍ତ୍ରୀ, ଏସଆରସି ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ଡିଜି ସଞ୍ଜୟ କୁମାର ଓ ବରିଷ୍ଠ ଅଧିକାରୀଙ୍କ ସମେତ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ୩୦ ଜିଲ୍ଲାରେ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧ‌ିକ ବର୍ଷା ରେକର୍ଡ ହୋଇଛି। କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି। ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ କରାଯାଇଥିଲା।
    ସମସ୍ତ ରିଲିଫ ସେଣ୍ଟରେ ସେମାନେ ରହୁଛନ୍ତି। ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ ଦୁଇ ଜଣ ବରିଷ୍ଠ ଅଧୁକାରୀ ଅଧିକାରୀ ସେଠାରେ ଅଛନ୍ତି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜିଲ୍ଲା ଓ ବ୍ଲକ ପ୍ରଶାସନ ସହିତ ରାଜ୍ୟ ସରକାର ସମନ୍ଵୟ ରଖୁଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖୁଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଭୁସ୍ଖଳନ ଯୋଗୁଁ ଜଣେ ଆହତ ହୋଇଛନ୍ତି। ବନ୍ୟା ଓ ବର୍ଷା ଯୋଗୁଁ ଘର ଭାଙ୍ଗିଛି ଫସଲ ନଷ୍ଟ ହୋଇଛି । ସମୀକ୍ଷା ପରେ ରାଜ୍ୟ ସରକାର କ୍ଷତି ପୂରଣ ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ