Monday, March 30, 2026
27.4 C
Odisha

    ମୁଁ ୭ ଥରର ସାଂସଦ, ମୋତେ ଶିଖାଅନି : ମମତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହିଂସା ପ୍ରଭାବିତ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ମୁଁ ୭ ଥର ସାଂସଦ ହୋଇଛନ୍ତି ଏବଂ ବୈଦେଶିକ ନୀତିକୁ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଜାଣନ୍ତି, ତେଣୁ ମୋତେ ଶିକ୍ଷା ଦେବାର ଆବଶ୍ୟକତା ନାହିଁ।“

    ବାସ୍ତବରେ ମମତା ବାନାର୍ଜୀଙ୍କ ବୟାନକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆପତ୍ତି ଉଠାଇଥିଲା। ଏହି ବୟାନକୁ ନେଇ ବାଂଲାଦେଶ ସରକାର ବି ଆପତ୍ତି ଉଠାଇଥିଲେ ।

    ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଜାତିସଂଘର ପ୍ରସ୍ତାବ ଯୋଗୁଁ ମୁଁ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ବାଧ୍ୟ। ଏହା ଦୁଇ ଦେଶର ମାମଲା। ମୋ କଥାକୁ ମୋଡ଼ି ଦିଆଯାଇଥିଲା। କିଛି ବିଜେପି ନେତା ଏବଂ ବାଂଲାଦେଶର କିଛି ଲୋକ ଏହା କରିଛନ୍ତି। ମୁଁ ସଂଘୀୟ ଢାଞ୍ଚାକୁ ଭଲ ଭାବରେ ବୁଝିପାରୁଛି । ମୁଁ ସାତ ଥର ସାଂସଦ ହୋଇଛି। ସେ ଦୁଇ ଥର କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ମୁଁ ବୈଦେଶିକ ନୀତିକୁ ଅନ୍ୟ ମାନଙ୍କ ତୁଳନାରେ ଭଲ ଭାବରେ ଜାଣେ । ସେମାନେ ମୋତେ ଶିଖାଇବାର ଆବଶ୍ୟକତା ନାହିଁ । ସେମାନେ ବ୍ୟବସ୍ଥାରୁ ଶିଖିବା ଦରକାର ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ