Wednesday, April 8, 2026
36.5 C
Odisha

    ପିକଅପ୍ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ: ଜଳେଶ୍ଵର-ଚନ୍ଦନେଶ୍ବର ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

    ଆଗକୁ ପଢନ୍ତୁ

    ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଜଳେଶ୍ଵର ଚନ୍ଦନେଶ୍ବର ରାସ୍ତାର କଣ୍ଠାଳିଆ ଇନ୍ଦିରା ଛକ ନିକଟରେ ଆଜି ଏକ ପିକଅପ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ନହରା ଗ୍ରାମର ଖଗେନ୍ଦ୍ର ଭୂୟାଁ (୫୯)। ଖଗେନ୍ଦ୍ର ନହରା ପଟୁ କଣ୍ଠାଳିଆ ଛକରେ ଥିବା ନିଜ ଘରକୁ ଫେରୁଥିବା ବେଳେ କମର୍ଦ୍ଦା ଆଡୁ ଆସୁଥିବା ଓଡି୦୧ଏଜି୮୬୬୪୨ ନମ୍ବରର ଏକ ଦ୍ରୁତଗାମୀ ପିକଅପ୍ ଧକ୍କା ଦେଇଥିଲା। ଖଗେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଜଳେଶ ଜିକେ ଭଟ୍ଟର ହସ୍ପିଟାଲକୁ ଅଣା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ ଘୋଷଣା କରାଯାଇଥିଲା। ଦୁର୍ଘଟଣା ଘଟାଇଥିବା ପିକଅପ୍ ଟି ଟାଟା ପାଓ୍ବାର ଅଧୀନରେ କାମ କରେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଖଗେନ୍ଦ୍ର ଙ୍କ ମୃତ୍ୟୁ ରେ ନହରା ପଞ୍ଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ, କଣ୍ଠାଳିଆ ଓ ନହରା ଛକରେ ହମ୍ପସ୍ ନିର୍ମାଣ ଦାବି କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

    ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସେହିପରି ସ୍ଥାନୀୟ ନେତୃସ୍ଥାନୀୟ ଯୁବନେତା ମନୋରଞ୍ଜନ ଜେନା, ପ୍ରାକ୍ତନ ସରପଞ୍ଚ ଗୋପାଳ ଚନ୍ଦ୍ର ମୁଖୀ, ରବୀନ୍ଦ୍ର ଘୋଷ, ଓ ବିଜେଡି ନେତା ବଟକୃଷ୍ଣ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ