Monday, April 6, 2026
23.6 C
Odisha

    ଫତେଗଡ ପାହାଡ଼ ଉପରେ ନିର୍ମିତ ରାମ ମନ୍ଦିର ବୁଲି ଦେଖିଲେ ମାନସ ମଙ୍ଗରାଜ

    ଆଗକୁ ପଢନ୍ତୁ

    ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଦର୍ଶନ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ବେଦଜ୍ଞ ପଣ୍ଡିତଙ୍କ ଦ୍ବାରା ପୀଠରେ ଚାଲିଥିବା ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ପଣ୍ଡିତଙ୍କ ଠାରୁ ଆଶୀର୍ବାଦ ଲାଭକରିବା ପରେ ମନ୍ଦିରର ପାର୍ଶ୍ବ ଦେବା ଦେବୀ ମନ୍ଦିର ବୁଲି ଦର୍ଶନ କରିଥଲେ। ପରେ ନବ ନିର୍ମିତ ମୁଖ୍ୟ ମନ୍ଦିରରେ ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ଦିର ପରିଦର୍ଶନ କରି ନିଜକୁ ଗୌରବାନୀତ ମନେ କରୁଛନ୍ତି କହିଥିଲେ ସାଂସଦ ମାନସ ମଙ୍ଗରାଜ। ଏହାର କିପରି ଆଗକୁ ଦର୍ଶନୀୟ ସ୍ଥାନ ହେବା ସହ ବିକାଶ ହୋଇ ପାରିବ ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନ କରିଥିଲେ। ଏଭଳି ସ୍ଥାନରେ ଏତେ ସୁନ୍ଦର ମନ୍ଦିର ଦେଖି ଖୁସି ହୋଇଯାଇଥିଲେ। ଫତେଗଡ ଗାଁ ଓ ଶ୍ରୀରାମ ପର୍ବତ ଉତ୍ସବ ମୁଖର ହୋଇଉଠିଛି। ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସମସ୍ତଙ୍କ ମଧ୍ୟରେ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ଭରି ରହିଛି। ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ଶହ କାରିଗର ୫ ବର୍ଷ ହେଲା ନିୟୋଜିତ ହୋଇଥିଲେ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ