Sunday, March 1, 2026
35.5 C
Odisha

    ଆମ୍ବ ଟାକୁଆ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀଙ୍କ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ। ଆନନ୍ଦର କଥା ଅକ୍ଟୋବରରୁ ଆରମ୍ଭ ହୋଇଥିବା ବିଜେଡିର ମେମ୍ବର ସିପ ଡ୍ରାଇଭ ଭଲରେ ଚାଲିଛି। ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି। ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି।

    ଯୁବ ଛାତ୍ରମାନେ ମୋ ଦଳର ଭବିଷ୍ୟତ। ଆପଣମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତୁ। ବିରୋଧୀଙ୍କ ଅପ ପ୍ରଚାରର କଡା ଜବାବ ଦିଅନ୍ତୁ ବୋଲି ନବୀନ କହିଛନ୍ତି। ଆମ ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ଏକ ମଡେଲ ହୋଇଛି। ଭାରତ ସରକାର ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି। ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ଆମର ଲକ୍ଷ୍ୟ ନ ଥିଲା । ବିଜେପି ସରକାର ଲୋକଙ୍କ ସମସ୍ୟା କୁ ଅଣଦେଖା କରୁଛି । ବିଜେଡି ଓଡ଼ିଶାର ଏକ ନମ୍ବର ଦଳ। ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ। ବିଜେଡି ଲୋକଙ୍କ ହୃଦୟରେ ରହିଛି ବୋଲି ନବୀନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    19 %
    3.8kmh
    2 %
    Sun
    35 °
    Mon
    36 °
    Tue
    37 °
    Wed
    38 °
    Thu
    39 °

    ସମ୍ବନ୍ଧିତ