Saturday, July 27, 2024
24.8 C
Odisha

    କାହାକୁ ସମର୍ଥନ ମାଗିନୁ, କିଏ ସମର୍ଥନ ଦେଲେ କଣ ମନା କରିବୁ: ମନମୋହନ

    ଆଗକୁ ପଢନ୍ତୁ

    ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ମନମୋହନ କହିଛନ୍ତି, ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ । କାହାକୁ ଆମେ ସମର୍ଥନ ମାଗି ନାହୁଁ । ବିଜେପି ରାଜ୍ୟସଭା ଲଢ଼ିବ ଏବଂ ଜିତିବ । ପାଲିଟିକାଲ ସିନାରିଓରେ ଆମେ ଜିତିବୁ । ଏହାସହ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ଦେବା ପରେ ମେଣ୍ଟ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ମନମୋହନ କହିଛନ୍ତି, କୌଣସି ମେଣ୍ଟ ହେବ ନାହିଁ । ବିଜେପି ଏକାକୀ ଲଢ଼ିବ । ସମର୍ଥନ କିଏ ଦବ ନ ଦେବ ତାହା ତାଙ୍କର ଦଳୀୟ କଥା । ମେଣ୍ଟ କଥା ସେଥିରେ କେଉଁଠୁ ଆସିଲା ? ସମର୍ଥନ ଆମେ ମାଗିନୁ, କିଏ ସମର୍ଥନ ଦେବ ଆମେ କଣ ମନା କରିବୁ । ସେମାନଙ୍କୁ ପଚାରନ୍ତୁ, ସେମାନେ କାହିଁକି ସମର୍ଥନ ଦେଲେ । ଆମେ ତ ସମର୍ଥନ ମାଗି ନାହୁଁ । କାହାରି ସମର୍ଥନ ଆମେ ଲୋଡ଼ିନୁ ବିଜେପି ଏକାକୀ ଲଢ଼ିବ । ଯଦି କାହାର ଲଢ଼ିବାର ଅଛି, ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରନ୍ତୁ ଏବଂ ଲଢନ୍ତୁ । ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ କର୍ମୀ ମୈଦାନକୁ ଓହ୍ଲାଇ ପଡିଲେଣି । ଲୋକେ ଚାହୁଁଛନ୍ତି ବିଜେପି ସରକାର କରିବ । ମନମୋହନ କହିଛନ୍ତି, କଂଗ୍ରେସ ସାର୍ଟିଫିକେଟରେ ଆମେ ବଞ୍ଚି ନାହୁଁ । କଂଗ୍ରେସର ଶାସନ ଏବଂ ଦୁର୍ନୀତିକୁ ବିରୋଧ କରି ୭୫ ବର୍ଷ ଧରି ବଞ୍ଚି ଆସିଛୁ । ଆମେ କଂଗ୍ରେସ ସହିତ ଏଯାଏଁ ସାଲିସ କରିନାହୁଁ କି ଆଗକୁ ମଧ୍ୟ କରିବୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ