Saturday, July 27, 2024
24.8 C
Odisha

    ରତନ ଟାଟାଙ୍କ ଡାହାଣ ହାତ, କେବେ ଇଣ୍ଟନସିପ ପାଇ ଆସିଥିଲେ ଏବେ ତାଙ୍କ ଦରମା ୧୦୦ କୋଟି

    ଆଗକୁ ପଢନ୍ତୁ

    ରତନ ଟାଟାଙ୍କ ରାଇଟ ହ୍ୟାଣ୍ଡ କୁହାଯାଉଥିବା ଏନ ଚନ୍ଦ୍ରଶେଖରନଙ୍କ ହାତରେ ଏବେ ଟାଟା ଗ୍ରୁପର କମାଣ । ଗତ ୭ ବର୍ଷ ହେଲଶ ଟାଟା ଗ୍ରୁପର ଦାୟିତ୍ୱ ସମ୍ଭାଳିଛନ୍ତି ଚନ୍ଦ୍ରଶେଖରନ୍ । ରତନ ଟାଟା ତାଙ୍କ ଉପରେ ପୁରା ଭରସା କରିଛନ୍ତି । ଟାଟା କମ୍ପାନୀକୁ ଚନ୍ଦ୍ରଶେଖରନ ୧୨୮ ବିଲିଅନ୍ ଡଲାରରେ ପହଞ୍ଚାଇଛନ୍ତି । ଟାଟା ସାଇରସ୍ ମିସ୍ତ୍ରୀ ବିବାଦ ପରେ ଚନ୍ଦ୍ରଶେଖରନଙ୍କୁ ଟାଟା ସାନ୍ସ ଚେୟାରମ୍ୟାନ୍ ବନାଯାଇଛି ।ଚନ୍ଦ୍ରଶେଖରନଙ୍କ ପତ୍ନୀ ଲଲିତା ଓ ପୁଅ ପ୍ରଣବ ଚନ୍ଦ୍ରଶେଖରନ୍ । ତାଙ୍କ ପାଖରେ ରହିଛି ଆଲିସାନ୍ ଘର,ଯାହାକୁ ୨୦୨୦ରେ ଚନ୍ଦ୍ରଶେଖରନ୍ ୯୮ କୋଟିରେ ମୁମ୍ବାଇ ପେଡ୍ଡର ରୋଡରେ କିିଣିଥିଲେ । ବାର୍ଷିକ ବେତନ ଭାବେ ଚନ୍ଦ୍ରଶେଖରନ୍ ପାଉଛନ୍ତି ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ।ସୂଚନା ମୁତାବକ, ଚନ୍ଦ୍ରଶେଖରନଙ୍କ ଦରମା ୨୦୧୯ରେ ୬୫ କୋଟି ଥିଲା । ୨୦୨୧-୨୨ରେ ଏହାକୁ ବଢାଇ ୧୦୯ କୋଟି କରିଦିଆଗଲା । ଏହି ସମୟ ମଧ୍ୟରେ ସେ ଭାରତର ସବୁଠୁ ଦରମା ପାଉଥିବା ବିଜନେସ୍ ଏକଜ୍ୟୁକେଟିଭ୍ ଥିଲେ । ଟାଟା ଗ୍ରୁପର ବିକାଶରେ ମଧ୍ୟ ଚନ୍ଦ୍ରଶେଖରନଙ୍କର ବିଶେଷ ଅବଦାନ ରହିଛି । ତାଙ୍କର ପ୍ରଚେଷ୍ଟାରେ ଟାଟା ଗ୍ରୁପର ରାଜସ୍ୱ ୬,୩୭ ଲକ୍ଷ କୋଟିରୁ ବଢି ୯.୪୪ ଲକ୍ଷ କୋଟିରେ ପହଞ୍ଚିଛି ।

    ଇଣ୍ଟର୍ଣ୍ଣରୁ ସିଇଓ ଯାଏଁ ଯାତ୍ରା:
    ଚନ୍ଦ୍ରଶେଖର ପଢା ଶେଷ ପରେ ୧୯୮୭ରେ ଟାଟା ଗ୍ରୁପକୁ ଜଣେ ଇଣ୍ଟର୍ଣ୍ଣ ଭାବେ ଆସିଥିଲେ । ଏହାପରେ ଦୁଇ ଦଶନ୍ଧୀ ମଧ୍ୟରେ ସେ ନିଜ ପ୍ରତିଭା ଓ ପରଶ୍ରମ ବଳରେ ସଫଳତା ହାସଲ କଲେଏବଂ ୨୦୦୭ରେ ତାଙ୍କୁ ଟିସିଏସ୍ ବୋର୍ଡରେ ସାମିଲ କରାଗଲା । ଏହାସହ ତାଙ୍କୁ ଚିଫ୍ ଅପରରେଟିଭ୍ ଅଫିସର ଭାବେ ନିଯୁକ୍ତି ଦିଆଗଲା । ଏହାପରେ ୨୦୦୯୮ରେ ୪୬ ବର୍ଷ ବୟସରେ ସେ ଟାଟା ଗ୍ରୁପର ସିଇଓ ବନାଗଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ