Tuesday, March 17, 2026
24.7 C
Odisha

    ୩ ମାସ ଯାଏଁ ମନ୍ କି ବାତ୍ କାର୍ଯ୍ୟକ୍ରମ ବନ୍ଦ: ୧୧୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କଲେ ସମ୍ବୋଧିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ। ତେଣୁ ଆଚାର ସଂହିତା ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୩ ମାସ ପର୍ଯ୍ୟନ୍ତ ନିର୍ବାଚନ ଶେଷ ନ ବେହା ଯାଏଁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପାରିବେ ନାହିଁ। ସେ କହିଛନ୍ତି ଆଜି ଦେଶ ପ୍ରତିଟି କ୍ଷେତ୍ରରେ ଆଗୁଆ ରହିଛି। ଦେଶରେ ନାରୀଶକ୍ତିର ବିକାଶ ଧାରା ଜାରି ରହିଛି। ମହିଳାମାନେ ବିଭିନ୍ନ ନେତୃତ୍ବ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି। ସେଥିମଧ୍ୟରୁ ପ୍ରାକୃତିକ ଉପାୟରେ ଚାଷ, ଜଳ ସଂରକ୍ଷଣ ଏବଂ ସ୍ବଚ୍ଛତା କ୍ଷେତ୍ରରେ ମହିଳାମାନେ ଆଗୁଆ ଅଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ମନ୍ କି ବାତ୍ ର ୧୧୦ତମ ସଂସ୍କରଣ। ହୁଏତ ମାର୍ଚ୍ଚରେ ଲୋକସଭା ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହୋଇପାରେ। ଏହା ହେଲେ ଆଉ ୩ ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବନ୍ଦ ରହିବ। ଗତ ନିର୍ବାଚନ ସମୟରେ ମଧ୍ୟ କାର୍ଯ୍ୟକ୍ରମ କିଛି ମାସ ପାଇଁ ବନ୍ଦ ରହିଥିଲା। ଆମେ ୧୧୧ ତମ କାର୍ଯ୍ୟକ୍ରମରେ ପରେ ପୁଣି ଭେଟ ହେବା। ପରବର୍ତ୍ତୀ ସଂସ୍କରଣ ୧୧୧ ସଂଖ୍ୟାରେ ଆରମ୍ଭ କରିବା ଅତ୍ୟନ୍ତ ଶୁଭମୟ ହେବ।କିଛି ଦିନ ତଳେ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ଭ‌ୋଟ ଦେଉଥିବା ଯୁବବର୍ଗଙ୍କ ପାଇଁ ‘ମେରା ପହଲା ଭୋଟ-ଦେଶ କେ ଲିଏ’ ଅଭିଯାନର ଶୁଭାରମ୍ଭ କରିଥିଲେ। ଯୁବଶକ୍ତି ଊପରେ ଦେଶ ଗର୍ବ କରିଥାଏ। ଯୁବବର୍ଗ ବହୁ ସଂଖ୍ୟାରେ ମତଦାନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

    ନିର୍ବାଚନ ପ୍ରକିୟାରେ ଅଧିକ ଯୋଗଦାନ ହେଲେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ସୁଦୃଢ଼ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ