Sunday, May 19, 2024
25.7 C
Odisha

    ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ୧୦ ହଜାର ଆଶାୟୀଙ୍କ ଲାଇନ୍

    ଆଗକୁ ପଢନ୍ତୁ

    ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ୍ । ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୧୦ ହଜାରରୁ ଅଧିକ ଆବେଦନ ଏଯାବତ ହସ୍ତକ୍ଷେପ ହୋଇଥିବା ପ୍ରଣବ କହିଛନ୍ତି । ତେବେ ପ୍ରଣବ ପ୍ରକାଶ ତାଙ୍କ ସୋସିଆଲ ମିଡିଆରେ ଯେଉଁ ସୂଚନା ଦେଇଛନ୍ତି ସେଥିରେ ଉଲ୍ଲେଖ ରହିଛି ଯେ ଆବେଦନକାରୀଙ୍କ ମଧ୍ୟରେ ଜାତୀୟ ରାଜନୈତିକ ଦଳର ନେତା ଏବଂ ଅନେକ ପେଶାଦାର ବ୍ୟକ୍ତି ରହିଛନ୍ତି । ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ପଂଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ପୁଣିଥରେ ବିଜୟୀ ହେବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ସରକାର ଗଢିବେ ବୋଲି ପ୍ରଣବ ଦାବି କରିଛନ୍ତି । ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ୍ ହାର ସାଂଗକୁ ୩୦ରୁ ୩୦ ଜିଲ୍ଲା ପରିଷଦରେ ଜିତିଥିଲା ବିଜୁ ଜନତା ଦଳ । ଏବଂ ରାଜ୍ୟରେ ବିଜେଡି ଏକ ନମ୍ବର ରାଜନୈତିକ ଦଳ ହୋଇଛି ବୋଲି ସେ କହିଛନ୍ତି । ନିକଟରେ ପିିସିସି ସଭାପତି ମଧ୍ୟ ପ୍ରଗମନ ଆପ୍ ଜରିଆରେ ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ଆହ୍ୱାନ କରିଥିଲେ । ମାର୍ଚ ପ୍ରଥମ ସପ୍ତାହରେ ୭୦ ପ୍ରାର୍ଥୀଙ୍କ ପାଇଁ ତାଲିକା ପ୍ରକାଶ କରିବ ବୋଲି ରାଜ୍ୟ କଂଗ୍ରେସ ଆଶା ରଖିଛି । ଆଉ ଏବେ ବିଜେଡି ସାଂଗଠନିକ ସଂପାଦକ ଆଶାୟୀଙ୍କ ବାବଦରେ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    77 %
    1.3kmh
    97 %
    Sat
    26 °
    Sun
    38 °
    Mon
    40 °
    Tue
    43 °
    Wed
    42 °

    ସମ୍ବନ୍ଧିତ