Monday, April 13, 2026
28.8 C
Odisha

    ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯନ୍ତ୍ରଣା; ୧୫ ଦିନ ହେଲା ପିଲା ଖାଉଛନ୍ତି ମୁଢ଼ି ଓ ପିଆଜ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବିଭାଗ ପକ୍ଷରୁ ସ୍କୁଲ ବନ୍ଦ ହେବା ନେଇ ସୂଚନା ମିଳିବା ପରେ ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ରଖାଯାଇଛି । ଫଳରେ ଗତ ୧୫ ଦିନ ହେଲା ଛାତ୍ରଛାତ୍ରୀ ବିଦ୍ୟାଳୟରେ ମୁଢ଼ି ଓ ପିଆଜ ଖାଇ ଫେରୁଛନ୍ତି । ଏହାକୁ ପ୍ରତିବାଦ କରି ସୋମବାର ଛାତ୍ରଛାତ୍ରୀ ଓ ଅଭିଭାବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖାଦେଇଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପେଗରପଡାସ୍ଥିତ ଅନୁଦାନ ପ୍ରାପ୍ତ ସୁରେନ୍ଦ୍ର ନାଥ ସାମଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୩୧ ଜଣ ପିଲା ପାଠ ପଢ଼ୁଛନ୍ତି । ସ୍କୁଲଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏବେ ଏହା ବନ୍ଦ ହେବା ସୂଚନା ମିଳିଛି । ଫଳରେ ବିଦ୍ୟାଳୟରେ ଦୀର୍ଘ ୧୫ଦିନ ଧରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉନଥିବା ବେଳେ ପିଲାମାନଙ୍କୁ ସ୍କୁଲ ଡ୍ରେସ ମଧ୍ୟ ପ୍ରଦାନ କରାଯାଉ ନାହିଁ । ଫଳରେ ଆଜି ବାଧ୍ୟ ହୋଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଦ୍ୟାଳୟରେ ଥିବା ଦୁଇ ଜଣ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ସରକାରୀ ସ୍ତରରେ ଅବସର ଦିଆଯାଇଥିବା ବେଳେ ନୂତନ ଶିକ୍ଷକ ନିଯୁକ୍ତି ନ ହେବା ଫଳରେ ସେଠାରେ ଉଭୟଙ୍କୁ ଗ୍ରାମବାସୀ ଓ ପରିଚାଳନା କମିଟି ଦ୍ୱାରା ପୁନଃ ନିଯୁକ୍ତି ପ୍ରଦାନ କରାଯାଇଛି । ବିଦ୍ୟାଳୟର ଦୁଇ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଏବଂ ଶମ୍ଭୁନାଥ ବିଶ୍ୱାଳଙ୍କ ଅବସର ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରି ତାହା ମଞ୍ଜୁର ପାଇଁ ଦଶମାସ ପୂର୍ବରୁ ବସ୍ତା ବିଇଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ ।
    ଏ ବାବଦରେ ଭୋଗରାଇ ନିମ୍ନମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସଭାପତି ଅରୁଣ କୁମାର ଦାସ କହିଛନ୍ତି ଯେ, ଆଜକୁ ୧୫ଦିନ ହେବ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯାଇଛି । ବାଧ୍ୟହୋଇ ପିଲାମାନେ ମୁଢ଼ି ଓ ପିଆଜ ଖାଉଛନ୍ତି । ଏହା ସରକାରୀ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଅବହେଳା ପାଇଁ ଏହି କୋମଳମତି ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଫଳରେ ସେମାନେ ବାଧ୍ୟ ହୋଇ ନିଜ ହକ୍ ପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ।
    ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର କହିଛନ୍ତି ଯେ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଧାରଣାରତ ପିଲାମାନଙ୍କ ନିକଟକୁ ଯାଇ ବୁଝାସୁଝା କରିଛି । ଉକ୍ତ ସ୍କୁଲ ବନ୍ଦ ହେବ ଯେହେତୁ ସେଠାରେ ଶିକ୍ଷକମାନେ ଅବସର ନେଇଛନ୍ତି । ପାଖାପାଖି ୨କିମି ଦୂରରେ ଥିବା ପିଲାମାନେ ସେଠାରେ ପଢିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ