Tuesday, March 10, 2026
36.8 C
Odisha

    ୧୫-୨୦ ଦିନ ମଧ୍ୟରେ ବାଂଲାଦେଶରୁ ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଅଣାଯିବ: ଶ୍ରମ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାଂଲାଦେଶରେ ଲାଗିରହିଥିବା ହିଂସା ଓ ସେଠାରେ ହିଂସାରେ ଶିକାର ହେଉଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସରକାର ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇଆଣିବାକୁ ଯୋଜନା କରୁଛନ୍ତି। ଏହି କ୍ରମରେ ଆଜି ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି କି, ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ରହିଛନ୍ତି ତାର ଏକ ଚିଠା ପ୍ରସ୍ତୁତ ହେଉଛି। ଏନେଇ ସମସ୍ତ ଜିଲ୍ଲାର ଶ୍ରମ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରମ ଅଧିକାରୀମାନେ ନିଜ ନିଜ ଜିଲ୍ଲାର ଅଫିସିଆଲ ଲିଷ୍ଟ ପଠାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ପ୍ରାଥମିକ ଭାବେ ଅଫିସିଆଲ ଡାଟା ମୁତାବକ ଯାଇଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯିବ ଓ ପରେ ନନ୍ ଅଫିସିଆଲ ଭାବେ ଯାଇଥିବା ଶ୍ରମିକଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି । ଆସନ୍ତା ୧୫-୨୦ ଦିନ ମଧ୍ୟରେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ଶ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.8 ° C
    36.8 °
    36.8 °
    17 %
    4.5kmh
    2 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ