Tuesday, March 31, 2026
28.1 C
Odisha

    ଦେଉଳଧରପୁରରୁ ଉଦ୍ଧାର, ଅଭିଯୁକ୍ତ ଚମ୍ପଟ

    ଆଗକୁ ପଢନ୍ତୁ

    ବାଲିପାଟଣା: କଟକ ଜିଲ୍ଲା ନିଆଳି ଥାନା ମୁଣ୍ଡାସାହି ଅଞ୍ଚଳରେ ଜଣେ ବାପା ତା’ର ଶିଶୁପୁତ୍ରକୁ ଜଣେ ବ୍ୟକ୍ତିକୁ ପାଞ୍ଚ ହଜାର ଟଙ୍କା ବିନିମୟରେ ବିକ୍ରି କରିଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏ ନେଇ ନିଆଳି ପୁଲିସ, ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ ବିଭାଗ ତଦନ୍ତ ଆରମ୍ଭ ହୋଇଥଲା। ଗତ ମଙ୍ଗଳବାର ଦିନ ଠାରୁ ତା’ର ବାପା ଶିଶୁପୁତ୍ର ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ସକାଳୁ ଉକ୍ତ ଶିଶୁପୁତ୍ରକୁ ଅଭିଯୁକ୍ତ ବାଲିପାଟଣା ଥାନା ଦେଉଳଧରପୁରରେ ଛାଡି ଚମ୍ପଟ ମାରିଥିବା ନେଇ ସୂଚନା ମିଳିଛି। ଖବର ପାଇ ନିଆଳି ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରିଛି।

    ପ୍ରାପ୍ତ ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା ମୁଣ୍ଡାସାହି ବସ୍ତିର ସୁକାନ୍ତ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କର ଅଢେଇ ବର୍ଷର ଶିଶୁପୁତ୍ରକୁ ମାତ୍ର ପାଞ୍ଚ ହଜାର ଟଙ୍କାରେ ଦଲାଲଙ୍କ ଦ୍ୱାରା ଅନ୍ୟ ଜଣଙ୍କୁ ବିକ୍ରି କରିବା ଘଟଣା ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏ ନେଇ ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜନୈକ ସ୍ବେଚ୍ଛାସେବୀ ନିଆଳି ଥାନାରେ ଅଭିଯୋଗ କରିଛନ୍ତି।

    ଏହି ଖବର ଗଣମାଧ୍ୟମର ପ୍ରସାରଣ ହେବା ପରେ ଅଭିଯୁକ୍ତ ବାଲିପାଟଣା ଥାନା ଦେଉଳଧରପୁରରେ ଶିଶୁପୁତ୍ରକୁ ଆଜି ନେଇ ଯାଉଥିବା ରାସ୍ତାରେ ଜନୈକ ବ୍ୟକ୍ତିଙ୍କୁ କିଛି ସମୟ ପାଇଁ ଜଗିବା ପାଇଁ କହି କେଉଁଆଡେ ଚମ୍ପଟ ମାରିଥିଲା। ଦୀର୍ଘ ସମୟ ଧରି ନ ଫେରିବାରୁ ସ୍ଥାନୀୟ ଲୋକେ ଏବଂ ସ୍ବେଛାସେବୀ ନିଆଳି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଶିଶୁପୁତ୍ରକୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଦେଉଳଧରପୁର ଅଞ୍ଚଳର ବାବୁଲି ବେହେରା ନାମକ ଜଣେ ବ୍ୟକ୍ତି କହିଛନ୍ତି ସେ ସକାଳୁ କେନାଲକୁ ଶୈlଚ ହେବା ପାଇଁ ଆସିଥିବା ସମୟରେ ଶିଶୁପୁତ୍ରକୁ ପାଖରେ ରଖିଥିବା ତାଙ୍କୁ ଧରାଇ ଖସିଯାଇ ଥିଲା। ଅନ୍ୟପକ୍ଷରେ ଶିଶୁପୁତ୍ରକୁ ବିକ୍ରି କରିଥିବା ବାପା ସୁକାନ୍ତ ସିଂ ତା’ର ପୁଅକୁ ଚିହ୍ନଟ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ବଡ଼ଧରଣର ରାକେଟ କାମ କରୁଥିବା ନେଇ ଅଭିଯୋଗ ହୋଇଛି।‌

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    42 %
    2kmh
    93 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ