Saturday, April 19, 2025
30.7 C
Odisha

    ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପିଏମ୍‌ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳୟ ଯିବେ । ବିଜେପି କାର୍ଯ୍ୟାଳୟରେ ୬ ଟା ୪୫ରୁ ୮ଟା ୧୫ ଯାଏ ରହିବେ । ୮ଟା ୨୦ରେ ବିଜେପି କାର୍ଯ୍ୟାଳୟରୁ ବାହାରିବେ । ୮ଟା ୩୦ରେ ରାଜଭବନରେ ପହଞ୍ଚିବେ । ରାଜଭବନରେ ରାତ୍ରିରହଣୀ କରିବେ ମୋଦି । ସେହିପରି ଆସନ୍ତାକାଲି ସକାଳ ୬ଟା ୧୫ରୁ ରାଜଭବନରୁ ବାହାରି ୬ଟା ୨୫ରେ ବିମାନବନ୍ଦରରେ ପହଞ୍ଚିବେ । ସକାଳ ୬ଟା ୩୦ରେ ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯିବେ । ସକାଳ ୬ଟା ୫୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ସକାଳ ୭ଟାରେ ପୁରୀ ହେଲିପ୍ୟାଡରୁ ବାହାରିବେ । ସକାଳ ୭ଟା ୧୦ରେ ଶ୍ରୀମନ୍ଦିରରେ ପହଞ୍ଚିବେ । ସକାଳ ୭ଟା ୧୫ରୁ ୭ଟା ୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବେ । ସକାଳ ୭ଟା ୫୦ରେ ଶ୍ରୀମନ୍ଦିରରୁ ବାହାରିବେ । ସକାଳ ୭ଟା ୫୫ରେ ମରିଚକୋଟରୁ ଆରମ୍ଭ ହେବ ରୋଡ୍ ସୋ’ । ସକାଳ ୮ଟାରୁ ୯ଟା ଯାଏ ରୋଡ୍ ସୋ’ । ସକାଳ ୯ଟା ୫ରେ ପୁରୀ ମେଡିକାଲ ଛକରେ ଶେଷ ହେବ ରୋଡ୍ ସୋ’ । ସକାଳ ୯ଟା ୧୫ରେ ପୁରୀ ହେଲିପ୍ୟାଡ୍‌ରେ ପହଞ୍ଚିବେ । ସକାଳ ୯ଟା ୨୦ରେ ହେଲିକପ୍ଟର ଯୋଗେ ଅନୁଗୁଳ ଯିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.7 ° C
    30.7 °
    30.7 °
    39 %
    2.4kmh
    39 %
    Sat
    31 °
    Sun
    42 °
    Mon
    43 °
    Tue
    44 °
    Wed
    44 °

    ସମ୍ବନ୍ଧିତ